ବିବାହ ପାଇଁ କନ୍ୟା ଘରେ ପହଞ୍ଚିଲେ ୭ ବର !

Advertisment
ବିବାହ ପାଇଁ କନ୍ୟା ଘରେ ପହଞ୍ଚିଲେ ୭ ବର !

https://www.timesnowhindi.com/

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। କନ୍ୟା ଘରେ ଏକାଠି ୭ଜଣ ବର ପହଞ୍ଚିଥିଲେ। କିନ୍ତୁ ସେଠାରେ ନା କନ୍ୟା ଥିଲା ତାଙ୍କ ଘରଲୋକ ଥିଲେ ବୋଲି ୭ଜଣ ବର ପୁଲିସରେ ଅଭିଯୋଗ କରିଛନ୍ତି। ଏଥିସହିତ ସେମାନେ ଠକାମୀର ଶିକାର ହୋଇଥିବା ନେଇ ବି ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଏକ ଅନୁଷ୍ଠାନ ଯୁବକମାନଙ୍କୁ ବିବାହ କରାଇବା ସହିତ ଯୁବତୀଙ୍କୁ ଭେଟାଇବା ପାଇଁ ରେଜି‌ଷ୍ଟ୍ରେସନ ବାବଦକୁ ୨୦ହଜାର ଟଙ୍କା ନେଇଥିଲା। ଏହି ରେଜିଷ୍ଟ୍ରେସନ ପରେ ସେମାନଙ୍କ ବିବାହ ଧୁମଧାମରେ ହେବ ବୋଲି ପ୍ରତିଶୃତି ବି ଦେଇଥିଲା।

କେବଳ ଏତିକି ନୁହେଁ ଏହି ଅନୁଷ୍ଠାନ ଗରିବ ଯୁବତୀମାନଙ୍କୁ ବି ନିଜ ଜାଲରେ ଫସାଇଥିଲା। ସେମାନଙ୍କ ବିବାହ ଭଲ ଘରେ କରାଇ ଦେବା ପାଇଁ କହି ୨୦ହଜାର ଟଙ୍କା ନେଇଯାଇଥିଲା। ଏହାପରେ ଯୁବକମାନେ ବିବାହ କରିବାକୁ ମନା କରି ଦେଲେ ବୋଲି ଯୁବତୀମାନଙ୍କୁ କୁହାଯାଇଥିଲା।

ଏପରି କି ବିବାହ ସ୍ଥିର ହୋଇଯାଇଥିବା କହିବା ପରେ ଜଣେ ବ୍ୟକ୍ତି ବନ୍ଧୁପରିବାର ବର୍ଗ ସହିତ ବ୍ୟାଣ୍ଡବାଜା ଧରି କନ୍ୟାଙ୍କ ଘରେ ପହଞ୍ଚିଥିଲା। କିନ୍ତୁ ସେଠାରେ ତାଙ୍କୁ କୁହାଯାଇଥିବା ଅନୁସାରେ କନ୍ୟା ଘର ତ ନଥିଲା ସେମିତି କିଛି ସଂସ୍ଥାର ଅଫିସ ବି ନଥିଲା।

ଏହାପରେ ପରେ ସେ ତୁରନ୍ତ ପୁଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେଠାରେ ପୂର୍ବରୁ ଉପସ୍ଥିତ ଥିବା ୬ଜଣଙ୍କ ସହିତ ସମାନ ଘଟଣା ଘଟିଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ଏହି ଘଟଣା ପଛରେ ଏକ ବଡ଼ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe