ଜଣାଶୁଣା ଫେସନ୍ ଡିଜାଇନ୍‌ର ମାୟା ଲଖାନୀଙ୍କୁ ଛୁରି ଭୁଷି ମାରିଲା ଦରଜି , କାରଣ ଜାଣିଲେ ଆପଣ ବିସ୍ମିତ ହେବେ

Advertisment
ଜଣାଶୁଣା ଫେସନ୍ ଡିଜାଇନ୍‌ର ମାୟା ଲଖାନୀଙ୍କୁ ଛୁରି ଭୁଷି ମାରିଲା ଦରଜି , କାରଣ ଜାଣିଲେ ଆପଣ ବିସ୍ମିତ ହେବେ

ନୂଆଦିଲ୍ଲୀ:ନୂଆଦିଲ୍ଲୀର ଜଣେ ଜଣାଶୁଣା ଫେସନ୍ ଡିଜାଇନ୍‌ର ମାୟା ଲଖାନୀ ଓ ତାଙ୍କ ଘରେ ଚାକର ଭାବେ କାମ କରୁଥିବା ଜଣେ ଲୋକର ମୃତ ଦେହ ଆଜି ସକାଳେ ପୁଲିସ ଉଦ୍ଧାର କରିଥିଲା।ମାୟା ଲଖାନୀଙ୍କ ବୟସ ୫୩ ବର୍ଷ ଓ ତାଙ୍କ ଘରେ କାମ କରୁଥିବା ବାହାଦୁରର ବୟସ ୫୦ ବର୍ଷ। ଏ ଦୁହିଁଙ୍କୁ ବୁଧବାର ରାତିରେ ହତ୍ୟା କରାଯାଇଥିଲା। ପୁଲିସ ଭୋର ୩ଟା ସମୟରେ ମୃତ ଦେହ ଉଦ୍ଧାର କରିଛି। ଏହି ହତ୍ୟା ଘଟଣାରେ ପୁଲିସ ଜଣେ ଦରଜି ଓ ତା’ର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ଜଣାଯାଇଛି।

ଅଭିଯୁକ୍ତ ଦରଜି ସ୍ୱୀକାର କରିଛନ୍ତି ଯେ ସେ ମାୟା ଲଖନୀଙ୍କ ଉପରେ ତାଙ୍କର ବହୁତ ଟଙ୍କା ଥିଲା,ମାତ୍ର ମାୟା ତାହା ତାଙ୍କୁ ଦେଉନଥିଲା। ଅନେକଥର ସେ ଅନୁରୋଧ କରିଥିଲେ ବି ତାଙ୍କ କଥା ଶୁଣି ନଥିଲେ ମାୟା। ଏଣୁ ସେ ତାର ଦୁଇ ସାଙ୍ଗ ସହିତ ମିଶି ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ଦରଜି କହିଛି।

publive-image

ପ୍ରଥମେ ସେମାନେ ମାୟାଙ୍କୁ ଛୁରି ଭୁଷିଥିଲା। ମାୟାଙ୍କର ଚିତ୍କାର ଶୁଣି ବାହାଦୁର ଭିତରକୁ ଆସିଥିଲା। ଏଣୁ ଅନିଚ୍ଛା ସତ୍ତ୍ୱେ ସେମାନେ ବାହାଦୁରକୁ ମଧ୍ୟ ମାରି ଦେଇଥିଲେ। ମୃତ ଦେହକୁ ପୋଷ୍ଟମର୍ଟମ ଲାଗି ପଠାଯାଇଛି। ଏ ମାମଲାରେ ପୁଲିସ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe