ଛାତ୍ରୀଙ୍କ ଭିଡିଓ ଭାଇରାଲ କରି ଯୁବକ ଗିରଫ

୬ ବର୍ଷର ଶିଶୁ ଅପହରଣ ଘଟଣା : ମହିଳା ଗିରଫ, ଶିଶୁପୁତ୍ର ଉଦ୍ଧାର

enworld.org

ଭୁବନେଶ୍ୱର: ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ପୁରୀ ଜିଲ୍ଲା ନିମାପଡ଼ା ଗୋପ ଥାନା ଅଧୀନ ବସନ୍ତପୁରର ରବି ନାରାୟଣ ସାହୁ(୨୯)। ପୁଲିସ ସୂଚନା ଅନୁସାରେ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳର ଜଣେ ଏମ୍‌ବିଏ ଛାତ୍ରୀ ରହୁଥିବା ଘର ନିକଟରେ ବଦ୍ରି ନାରାୟଣ ସାହୁ ଭଡ଼ାରେ ରହୁଥିଲେ। ବଦ୍ରିର ବଡ଼ ଭାଇ ରବି ଭୁବନେଶ୍ବର ସାନ ଭାଇ ପାଖକୁ ଆସିଥିଲା। ତେବେ ଉକ୍ତ ଛାତ୍ରୀ ଗାଧୋଉଥିବା ବେଳେ ଅଭିଯୁକ୍ତ ରବି ଭିଡିଓ ଉତ୍ତୋଳନ କରିଥିଲା। ପରେ ଏହାକୁ ଭାଇରାଲ କରି ତାଙ୍କୁ ବ୍ଲାକ୍‌ମେଲିଂ କରିଥିଲା। ଛାତ୍ରୀ ଜଣକ ଏହି ବିଷୟରେ ଜାଣିବା ପରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ରବିକୁ ଗିରଫ କରିଥିଲା। ଏଥିସହ ପୁରୀ ଅଞ୍ଚଳର ଦୁଇ ଜଣଙ୍କ ମୋବାଇଲ ଫୋନ ଜବତ କରିଛି। ଆଜି ରବିକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe