ଚୋରି ମାମଲା: ସୁନା, ଟଙ୍କା ଓ ସିସିଟିଭି ଡିଭିଆର ଉଦ୍ଧାର, ୩ଗିରଫ

Advertisment

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ୍ ଅଞ୍ଚଳରେ ଥିବା ଟି.ଚନ୍ଦ୍ର ରାଓଙ୍କ ଦୋକାନରେ ଗତ ୨୬ତାରିଖ ଦିନ ଚୋରି ହୋଇଥିଲା। ଦୋକାନରୁ ୮ଗ୍ରାମର ସୁନାଚେନ୍, ସିସିଟିଭି ଡିଭିଆର ଓ ୯ହଜାର ଟଙ୍କା ଚୋରି ହୋଇଥିଲା। ଏହି ମାମଲାରେ ପୁଲିସକୁ ସଫଳତା ମିଳିଛି...

Updated On

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ୍ ଅଞ୍ଚଳରେ ଥିବା ଟି.ଚନ୍ଦ୍ର ରାଓଙ୍କ ଦୋକାନରେ ଗତ ୨୬ତାରିଖ ଦିନ ଚୋରି ହୋଇଥିଲା। ଦୋକାନରୁ ୮ଗ୍ରାମର ସୁନାଚେନ୍, ସିସିଟିଭି ଡିଭିଆର ଓ ୯ହଜାର ଟଙ୍କା ଚୋରି ହୋଇଥିଲା। ଏହି ମାମଲାରେ ପୁଲିସକୁ ସଫଳତା ମିଳିଛି...

ଅଦ୍ୟତନ ହୋଇଛି
Gold, money and CCTV DVR recovered

Gold, money and CCTV DVR recovered Photograph: (sambad.in)

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ୍ ଅଞ୍ଚଳରେ ଥିବା ଟି.ଚନ୍ଦ୍ର ରାଓଙ୍କ ଦୋକାନରେ ଗତ ୨୬ତାରିଖ ଦିନ ଚୋରି ହୋଇଥିଲା। ଦୋକାନରୁ ୮ଗ୍ରାମର ସୁନାଚେନ୍, ସିସିଟିଭି ଡିଭିଆର ଓ ୯ହଜାର ଟଙ୍କା ଚୋରି ହୋଇଥିଲା। ଏହି ମାମଲାରେ ପୁଲିସକୁ ସଫଳତା ମିଳିଛି।

ଜାନୀଗୁଡା ଅଞ୍ଚଳରୁ ଜଣେ ଅଭିଯୁକ୍ତ ସୁମିତ ଜାନୀଙ୍କ ସହ ଦୁଇ ଜଣ ନାବାଳକଙ୍କୁ ଧରିଛି। ଏହା ସହ ଏମାନଙ୍କ ନିକଟରୁ ସୁନାଚେନ୍, ସିସିଟିଭି ଡିଭିଆର ଓ ୭ହଜାର ଟଙ୍କା ଉଦ୍ଧାର କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।

ଗତ ଡିସେମ୍ବର ୨୬ତାରିଖ ସନ୍ଧ୍ୟା ୯ଟା ବେଳେ ଛପର ଅଞ୍ଚଳର ଟି .ଚନ୍ଦ୍ର ରାଓ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ଆସି ଦୋକାନରେ ଦେଖିବା ବେଳେ ଦୋକାନରେ ରଖିଥିବା ୮ଗ୍ରାମର ସୁନାଚେନ୍, ସିସିଟିଭି ଡିଭିଆର ଓ ୯ହଜାର ଟଙ୍କା ଚୋରି ହୋଇଥିଲା।

ଅଧିକ ପଢ଼ନ୍ତୁ: ଅଙ୍ଗାର ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ, ରୋକିବ କିଏ?

ଏହା ଦେଖି   ଚନ୍ଦ୍ର ରାଓ କୋରାପୁଟ ଟାଉନଥାନାରେ ଅଭିଯୋଗ କରିଥିଲେ। ଟାଉନଥାନା ପୁଲିସ ଏହି ମାମଲାରେ କୋରାପୁଟ ଜାନିଗୁଡା ଗାଁରୁ ସୁମିତ ଜାନି ଓ ଦୁଇ ଜଣ ନାବାଳକଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ଠାରୁ ଚୋରି ହେଇଥିବା ଗୋଟିଏ ସୁନାଚେନ୍, ସିସିଟିଭି ଡିଭିଆର ଓ ୭ହଜାର ଟଙ୍କା ଜବତ କରାଯାଇଛି।  ଅଭିଯୁକ୍ତ ସୁମିତ ଜାନିକୁ କୋରାପୁଟ କୋର୍ଟକୁ ଚାଳାଣ କରାଯାଇଛି।  

ଦୁଇ ଜଣ ନାବାଳକଙ୍କୁ ଜୟପୁର ଜୁଭେନାଇଲ ଜଷ୍ଠିସ୍ ବୋର୍ଡ ଆଗରେ ହାଜର କରାଯାଇଥିଲା। ବୋର୍ଡ ଉଭୟ ନାବାଳକଙ୍କୁ ମାଲକାନଗିରି ବାଲ ସ୍ବଧାର ଗୃହକୁ ପଠାଇ ଦେଇଛି । ଏଏସଆଇ ସୁବାଷ ଚନ୍ଦ୍ର ସୀସା ଘଟଣାର  ତଦନ୍ତ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ସୀମାନ୍ତରେ ୩ ନକ୍ସଲ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe