ଚୋରି କରିବା ସମୟରେ ଖସି ପଡ଼ିଲା ଭଗବାନଙ୍କ ଫଟୋ; ଭୟଭୀତ ହେଲା ଚୋର

ଚୋରି କରିବା ଆରମ୍ଭ କରୁଥିବା ବେଳେ ଦୋକାନ କାନ୍ଥରେ ଲାଗିଥିବା ଭଗବାନଙ୍କ ଫଟୋ ଖସି ପଡ଼ିଥିଲା। ଭୟଭୀତ ହୋଇ ଭଗବାନଙ୍କ ଫଟୋକୁ ଧରି ପ୍ରଣାମ କରି କ୍ଷମା ମାଗିଥିଲା ଚୋର।

ବପକବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲର ମୁଲତାଇ ଥାନା ଅଞ୍ଚଳସ୍ଥ ପ୍ରଭାତ ପଟ୍ଟନରେ ୧୧ଟି  ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବାର ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ଚୋରି ଘଟଣାରେ ଚୋରମାନଙ୍କୁ  ଭିନ୍ନଭିନ୍ନ ଶୈଳୀରେ ଚୋରି କରୁଥିବା ଦେଖିବାକୁ ମିଳୁଛି। 

ଦୋକାନ ଚୋରିର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ ମଧ୍ୟରୁ ଶୁଭମ କୃଷି କେନ୍ଦ୍ରର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଜଣେ ଚୋର  ଚୋରି କରିବା ପାଇଁ ଦୋକାନର ତାଲା ଭାଙ୍ଗି ସଟର ଉଠାଇ ଭିତରେ ପଶୁଛି। ଯେମିତି ସେ ଚୋରି କରିବା ଆରମ୍ଭ କରୁଛି ଦୋକାନ କାନ୍ଥରେ ଲାଗିଥିବା ଭଗବାନଙ୍କ ଫଟୋ ଖସି ପଡ଼ୁଛି। ଏହାକୁ ଦେଖି ଚୋର ସାମାନ୍ୟ ଭୟଭୀତ ହୋଇଯାଉଛି। ଏହାପରେ ଭଗବାନଙ୍କ ଫଟୋକୁ ପ୍ରଣାମ କରି କ୍ଷମା ମାଗିବା ସହିତ ପୁଣି ଉକ୍ତ ସ୍ଥାନରେ ରଖି ଦେଉଛି। ଏହାପରେ ଚୋରି କରି ଘଟଣାସ୍ଥଳରୁ ଚମ୍ପଟ ମାରୁଛି। ଏସବୁ ଦୃଶ୍ୟ ଶୁଭମ କୃଷି କେନ୍ଦ୍ରରେ ଲାଗିଥିବା ସିସିଟିଭିରେ କୈଦ ‌ହୋଇଯାଇଥିଲା।

ଶୁଭମ କୃଷି କେନ୍ଦ୍ରର ପରିଚାଳକ ସିସିଟିଭି ଫୁଟେଜ ଦେଖି ଚୋରକୁ ଚିହ୍ନି ପାରିଥିଲେ। ପରିଚାଳକଙ୍କ କହିବାନୁସାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏପଟେ ପୁଲିସ ବି ସିସିଟିଭିକୁ ଆଧାର କରି ଚୋରି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe