ଶ୍ରଦ୍ଧାକୁ ହତ୍ୟା କରି ମୁଁ ଠିକ କରିଛି, ଅନୁତାପ କରୁନାହିଁ; ପଲିଗ୍ରାଫ ପରୀକ୍ଷାରେ କହିଲା ଅଫତାବ

Advertisment
ଶ୍ରଦ୍ଧାକୁ ହତ୍ୟା କରି ମୁଁ ଠିକ କରିଛି, ଅନୁତାପ କରୁନାହିଁ; ପଲିଗ୍ରାଫ ପରୀକ୍ଷାରେ କହିଲା ଅଫତାବ

dailyo

ନୂଆଦିଲ୍ଲୀ: ଶ୍ରଦ୍ଧାକୁ ହତ୍ୟା କରି ମୁଁ ଠିକ କରିଛି, ଅନୁତାପ କରୁନାହିଁ। ପଲିଗ୍ରାଫ ପରୀକ୍ଷା ବେଳେ ଅଫତାବ ଏଭଳି କହିଥିବା ଜଣାପଡ଼ିଛି। ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୁଲିସର ତଦନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ପଲିଗ୍ରାଫ୍ ପରୀକ୍ଷା କରାଯାଇଛି। ଏହି ପରୀକ୍ଷା କରିଥିବା ଫରେନସିକ୍ ଅଧିକାରୀଙ୍କ ଅନୁଯାୟୀ ଅଭିଯୁକ୍ତ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ହେଲେ ଏଥିପାଇଁ ସେ ଅନୁତାପ କରୁନଥିବା କହିଛି।

ମଙ୍ଗଳବାର ଦିଲ୍ଲୀ ପୁଲିସ ସୂଚନା ଦେଇଥିଲା ଯେ, ଅଫତାବ ଧୋକା ଦେଉଥିବା ସହ ମାଡ଼ ମାରୁଥିବାରୁ ବିରକ୍ତ ହୋଇଯାଇଥିଲେ ଶ୍ରଦ୍ଧା। ଏଭଳି ପରିସ୍ଥିତିରେ ସେ ଅଫତାବଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ଅଫତାବ ସହିତ ବ୍ରେକଅପ୍ କରିବାକୁ ଚାହୁଁଥିଲେ। ମେ’ ୩-୪ରେ ଶ୍ରଦ୍ଧା ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଅଫତାବକୁ ଜଣାଇଥି‌ଲେ। କିନ୍ତୁ ଅଫତାବ ଏହାକୁ ପସନ୍ଦ କରିନଥିଲେ ଏବଂ ଶ୍ରଦ୍ଧାଙ୍କୁ ହତ୍ୟା କରିବ‌ାକୁ ଷଡ଼ଯନ୍ତ୍ର କରିଥିଲା।

ତେବେ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ଦିଲ୍ଲୀ ପୁଲିସକୁ ଅନେକ ପ୍ରମାଣ ମିଳିଛି। ପୁଲିସ ମେହେରୌଲି ଏବଂ ଗୁରୁଗ୍ରାମ ସୀମାର ଜଙ୍ଗଲରୁ ୧୩ଟି ମାନବ ହାଡ ଜବତ କରିଛି, ଯାହାକୁ ପରୀକ୍ଷା ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଛି। ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହିତ ଜଙ୍ଗଲରୁ ମିଳିଥିବା ହାଡର ଡିଏନଏ ମେଳ ଖାଉଛି କି ନାହିଁ, ଏବେ ତାହାର ଯାଞ୍ଚ କରାଯାଉଛି। ଏହା ସହ ଅଫତାବ ରହୁଥିବା ଘରୁ ପୁଲିସ ଗତ ସପ୍ତାହରେ ୫-୬ ଇଞ୍ଚ ଲମ୍ବ ଥିବା ପାଞ୍ଚଟି ଛୁରୀ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe