ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଥେସା କାଳିଆ ଗୁରୁତର

Advertisment
ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଥେସା କାଳିଆ ଗୁରୁତର

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ଥେସା କାଳିଆ ଓରଫ କେଶବ କୁନ୍ଦ ବୁଧବାର ସନ୍ଧ୍ୟାରେ ପୁଲିସ ଏନକାଉଣ୍ଟରରେ ଗୁରୁତର ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଜାତୀୟ ରାଜପଥ ନିକଟରେ ଥିବା ଓମ ସାଇ ହଷ୍ଟେଲ ନିକଟରେ ଚଢ଼ାଉ କରି ଏନ୍‌କାଉଣ୍ଟର କରିଥିଲା। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖଇରାଗୁଡ଼ା ଗ୍ରାମର କାଳିଆଙ୍କୁ ଆହତ ପରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ଥେସା କାଳିଆର ନାମରେ ୧୫ରୁ ଅଧିକ ମାମଲା ରହିଛି। ସେଥିରେ ଡକାୟତି, ଚୋରି, ହତ୍ୟା, ରାହାଜାନୀ ଆଦି ସାମିଲ ରହିଛି। ଘଟଣାସ୍ଥଳରେ ପୁଲିସ କାଳିଆ ଠାରୁ ୩ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି। ଏନ୍‌କାଉଣ୍ଟରରେ ବୈଦ୍ୟନାଥ ପୁଲିସ ଏସ୍‌ଆଇ ଦୀପ୍ତି ରଞ୍ଜନ ପ୍ରଧାନ ଆହତ ହୋଇଛନ୍ତି ବୋଲି ଟାଉନ ଏସଡିପିଓ ସାନ୍ତନୁ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଳିଆ ଦିଗପହଣ୍ଡୀ ଥାନାର ଓ୍ଵାଣ୍ଟେଡ ଅପରାଧୀ ଥିଲା। ସେ କୁରେସ ଗୌଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe