ଚନ୍ଦ୍ରଶେଖରପୁର: ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଘରେ ପଶି ଚୋରିକରୁଥିବା ଜଣେ ଚୋରକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପୋଟ୍ରୋଲିଂ କରୁଥିବା ବେଳେ ଗିରଫ କରିଛି। ତା’ଠାରୁ ପୁଲିସ୍ ୧୧ହଜାର ଟଙ୍କା ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ନୀଳମାଧବ ବସ୍ତିର ସର୍ବେଶ୍ୱର ରଣସିଂ(୨୪) ଗତ କିଛି ମାସ ହେବ ଚନ୍ଦ୍ରଶେଖରପୁର ଓ ରାଜଧାନୀର ଅନ୍ୟାନ କିଛି ଅଞ୍ଚଳରେ ଏକୁଟିଆ ରହୁଥିବା ଲୋକଙ୍କ ଘର ଝରକା ଗ୍ରିଲ୍ ତାଡ଼ି ଲୁଟ୍ପାଟ୍ କରିଥାଏ। ପୁଲିସ୍ ତା’ର ଗତିବିଧି ଉପରେ ନଜର ରଖିଥିଲା। ସୋମବାର ରାତିରେ ତାକୁ ପୁଲିସ ତାକୁ ଗିରଫ କରିଥିଲା।
ନୀଳମାଧବ ବସ୍ତିରୁ ଚୋର ଗିରଫ
Advertisment
Follow Us