କ୍ଲବରୁ ଚୋରି କରୁଥିବା ଯୁବକ ଗିରଫ, ୨ ଫେରାର

Advertisment
ରାସ୍ତା ମଝିରେ ନାବାଳିକାକୁ ଅସଦାଚରଣ ଘଟଣା : ଅଭିଯୁକ୍ତ ଯୌନପିପାସୁ ଗିରଫ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ନାଗେଶ୍ବରଟାଙ୍ଗୀରେ ଥିବା ଏକ କ୍ଲବ ଘରେ ପଶି ଚୋରି କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକଜଣକ ହେଲା, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ କାଞ୍ଚନ ଗ୍ରାମର ଭାଲୁ ଓରଫ ରୁଦ୍ର ପ୍ରକାଶ ସାହୁ। ସେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍‌ ଛକ ନିକଟ କେନାଲ ବସ୍ତିରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ନାଗେଶ୍ବର ଟାଙ୍ଗୀରେ ଏକ କ୍ଲବ ଘରେ ପଶି ଭାଲୁ ଓ ତା’ର ଦୁଇ ସହଯୋଗୀ ଚୋରି କରୁଥିଲେ। କ୍ଲବ୍‌ରେ ଥିବା ଲୁହା ପ୍ଲେଟ୍‌, ଖେଳ ସାମଗ୍ରୀ ଓ ଏକ ବାଇକ୍‌ ଲୁଟ୍‌ କରୁଥିବା ବେଳେ ସ୍ଥାନୀୟ ‌ଲୋକ ଖବର ପାଇଥିଲେ। ସେମାନେ ଭାଲୁକୁ କାବୁ କରିଥିଲେ ହେଁ ଅନ୍ୟ ଦୁଇଜଣ ଫେରାର୍‌ ହୋଇ ଯାଇଥିଲେ। ଏ ସମ୍ପର୍କରେ କ୍ଲବର ସଭାପତି ତଥା ପୂର୍ବତନ କର୍ପୋରେଟର୍‌ ନୃପେଶ ନାୟକ ଥାନାରେ ଏତଲା ଦେଇଥିଲେ। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଭାଲୁକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe