ଭୁବନେଶ୍ବର: ମୋବାଇଲ୍ ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ୫ଟି ମୋବାଇଲ୍ ଜବତ କରିଛି। ସେ ହେଲା, କେଦାରପଲ୍ଲୀ ବସ୍ତିର ବାଞ୍ଛା ନାୟକ(୨୨)। ପୁଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଶୁଦେନ୍ଦ୍ର ନାରାୟଣ ନିଶଙ୍କ ନାମକ ଜଣେ ଯୁବକ ଗଙ୍ଗନଗରସ୍ଥିତ ଘରକୁ ଫେରୁଥିଲେ। ସେ ୟୁନିଟ୍-୬ ନିକଟ ମାର୍କେଟ୍ ନିକଟରେ ଯାଉଥିବା ବେଳେ ବାଞ୍ଛା ତାଙ୍କ ମୋବାଇଲ୍ ଝାମ୍ପି ନେଇ ଆଖି ପିଛୁଳାକେ ସେଠାରୁ ଫେରାର୍ ହୋଇଯାଇଥିଲା। ଏନେଇ ଶୁଦେନ୍ଦ୍ର କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।
ଚୋର ଗିରଫ, ୫ ମୋବାଇଲ୍ ଜବତ
Advertisment
Follow Us