ପାଗଳାମିର ଅଭିନୟ କରି ଚୋରି, ଯୁବକ ଗିରଫ

ପାଗଳାମିର ଅଭିନୟ କରି ଚୋରି, ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ଦିନ ବେଳେ ପାଗଳାମିର ଅଭିନୟ କରି ପ୍ରଥମେ ସହାନୁଭୂତି ସାଉଁଟିବା ଓ ରାତିରେ ଘରେ ପଶି ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭଯୁକ୍ତ ଯୁବକର ନାମ ଆଶିଷ ପ୍ରଧାନ(୨୭)। କନ୍ଧମାଳ ଟିକାବାଲିର ମୂଳବାସିନ୍ଦା ଅଭିଯୁକ୍ତ ଜଣକ ନୂଆପଲ୍ଲୀ ଗାନ୍ଧୀ ମାର୍କେଟ ଅଞ୍ଚଳରେ ରହେ। ଦିନ ସମୟରେ ଆଶିଷ ନୂଆପଲ୍ଲୀ, ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ପାଗଳାମିର ମିଥ୍ୟା ଅଭିନୟ ବିଭିନ୍ନ କଲୋନିରେ ଘର ଚିହ୍ନଟ କରିଥାଏ। ପରେ କେହି ନଥିବାର ସୁଯୋଗ ନେଇ ଚୋରି କରି ଖସିଯାଇଥାଏ। ସ୍ଥାନୀୟ କିଛି ବ୍ୟକ୍ତି ଏହି ଯୁବକର ଚାଲିଚଳନ ଓ ବେଷଭୁଷାକୁ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ତା’ଉପରେ କଡ଼ା ନଜରରଖିବା ପରେ ଆଜି ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe