ଚୋର ହେଲା ଲୁଟର ଶିକାର; ଘଟଣାକୁ ଗମ୍ଭୀରତା ସହ ନେଲା ପୁଲିସ

Advertisment
ଚୋର ହେଲା ଲୁଟର ଶିକାର; ଘଟଣାକୁ ଗମ୍ଭୀରତା ସହ ନେଲା ପୁଲିସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ରାସ୍ତା ମଝିରେ ଲୁଟର ଶିକାର ହୋଇଥିବା ଜଣାପଡ଼ିଛି।

ଏହି ଘଟଣା କୋତବାଲି ଅଞ୍ଚଳର ମେଡିକାଲ କଲେଜ ସାମ୍ନାରେ ଘଟିଛି। ଚୋରି ଘଟଣାକୁ ନେଇ ପୁଲିସ ଅଧିକାରୀ ନୃପେନ୍ଦ୍ର କୁମାର କହିଛନ୍ତି, ‘ଚୋର ଠାରୁ ମୋବାଇଲ ଜବତ କରି ନିଆଯାଇଛି। ଅଭିଯୁକ୍ତ ଚୋରର ନାମ ସୋନୁ ବୋଲି ଜଣାପଡ଼ିଛି।

ତେବେ କୁହାଯାଉଛି କି, ଅନେକ ମୋବାଇଲ ଚୋରି ଘଟଣାରେ ସୋନୁ ସମ୍ପୃକ୍ତ ଅଛି। ସେ ନିକଟରେ ଜଣେ ସାଙ୍ଗଙ୍କ ସହିତ ବସି ମଦ ପିଉଥିଲା। ଏହି ସମୟରେ ସୋନୁର ଜଣେ ଚୋର ସାଙ୍ଗ କେଉଁଠାରୁ ଫୋନ ଚୋରି କରି ଆଣିଥିଲା। ଆଉ ଉକ୍ତ ଚୋରିଫୋନକୁ ସୋନୁ ପାଖରେ  ଜମା ରଖି କିଛି ଟଙ୍କା ଦେବାକୁ କହିଥିଲା। କିନ୍ତୁ ସୋନୁ ଟଙ୍କା ଦେବା ବଦଳରେ ଉକ୍ତ ଫୋନ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା।

ଏହାପରେ ଫୋନ ଜମା ରଖିବାକୁ କହୁଥିବା ଚୋର ଜଣକ ଚୋରଚୋର କରି ସୋନୁ ପଛରେ ଗୋଡ଼ାଇଥିଲା। ଏହାପରେ କିଛିସ୍ଥାନୀୟଲୋକେ ସୋନୁକୁ କାବୁ କରି ନେଇଥିଲେ। ଏହାଦେଖି ସୋନୁଙ୍କ ପିଛା କରୁଥିବା ଚୋର ଜଣକ କେଉଁଆଡେ ଲୁଚି ଯାଇଥିଲା।

ସ୍ଥ‌ାନୀୟଲୋକେ ସୋନୁକୁ ଧରି ପୁଲିସ ଜିମା ଦେଇଥିଲେ। ପୁଲିସ ଏହି ଘଟଣାରେ ସୋନୁକୁ ଗିରଫ କରି ତା’ଠାରୁ ଚୋରି ଫୋନ ଜବତ କରି ଘଟଣାର ତଦନ୍ତ କରୁଛି। ଏଥିସହିତ ସୋନୁ ସହିତ ଏହି ଚୋରି ଘଟଣାରେ ଆଉ କିଏ କିଏ ଅଛନ୍ତି ସେନେଇ ତଦନ୍ତ ବି କରୁଛି ‌ପୁଲିସ। ତେବେ ‌ମୋବାଇଲ ଚୋର ଠାରୁ ଫୋନ ଚୋରି ହେବା ଘଟଣା ସାମ୍ନାକୁ ଆସିବା ପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe