ବଡ଼ ଆଶ୍ଚର୍ଯ୍ୟ ! ଜାଣନ୍ତୁ କାହିଁକି ୩୬୨ କିଲୋ ଲେମ୍ବୁ ନେଇ ଫେରାର ହୋଇଯାଉଥିଲା ବୃଦ୍ଧ

Advertisment
ବଡ଼ ଆଶ୍ଚର୍ଯ୍ୟ ! ଜାଣନ୍ତୁ କାହିଁକି ୩୬୨ କିଲୋ ଲେମ୍ବୁ ନେଇ ଫେରାର ହୋଇଯାଉଥିଲା ବୃଦ୍ଧ

ଏଯାବତ୍‌ ଆପଣ ବିଭିନ୍ନ ପ୍ରକାର ଚୋରି ଘଟଣା ବିଷୟରେ ଶୁଣି ଥିବେ। ଚୋର ସର୍ବଦା ମୂଲ୍ୟବାନ ସାମଗ୍ରୀ ଚୋରି କରିବା ନେଇ ଯୋଜନା ରଖିଥାଏ। ଆମେ ଏଭଳି ଜଣେ ଚୋର ବିଷୟରେ କହିବାକୁ ଯାଉଛୁ , ଯିଏକି ୩୬୨ କିଲୋ ଲେମ୍ବୁ ନେଇ ଫେରାର ହୋଇଯାଉଥିବା ସମୟରେ କଲିଫର୍ଣ୍ଣିୟା ପୁଲିସ ହାତରେ ଧରାପଡ଼ିଛି। ଏହି ବୃଦ୍ଧର ନାମ ଲେମନ୍‌ ଥିଫ୍‌ ରଖାଯାଇଛି । ବୃଦ୍ଧର ବାସ୍ତବିକ ନାମ ଫିୟର୍ରୋସ୍‌ ଓ ବୟସ ୬୯ବର୍ଷ ପାଖାପାଖି ହେବ । ଫିୟର୍ରୋସ ଉପରେ ୩୬୨କିଲୋ ଲେମ୍ବୁ ଚୋରି କରିବା ଅଭିଯୋଗ ହୋଇଛି।

ଫିୟର୍ରୋସ୍‌ ନିଜ କାରରେ ଲେମ୍ବୁ ବୋଝେଇ କରି ଫେରାର ହେବା ଚକ୍କରରେ ଥିଲା। କଲିଫର୍ଣ୍ଣିୟାରେ ରାସ୍ତାରେ ଗାଡ଼ି ଯାଞ୍ଚ ପାଇଁ ଟ୍ରାଫିକ୍‌ ପୁଲିସ ଫିୟର୍ରୋସ୍‌କୁ ରେଡ୍‌ ଲାଇଟ୍‌ରେ ଅଟକାଇଥିଲା। ଟ୍ରାଫିକ୍‌ ପୁଲିସ ଯେତେବେଳେ ଏହି ବୃଦ୍ଧଙ୍କ ଗାଡ଼ି ଯାଞ୍ଚ କରିଥିଲା ସେଥିରେ ଏତେ ପରିମାଣରେ ଲେମ୍ବୁ ଥିବା ଦେଖି ପୁଲିସ ବି ଚମକି ପଡ଼ିଥିଲା।

ଟ୍ରାଫିକ୍‌ ପୁଲିସ ମୁତାବକ, ଫିୟର୍ରୋସ ଏତେ ଗୁଡ଼ିଏ ଲେମ୍ବୁ କେଉଁଠାରୁ ଆଣିଲା ଓ ସେ ଏସବୁ ଲେମ୍ବୁକୁ କ’ଣ କରିବ ଏନେଇ କୌଣସି ଉତ୍ତର ଦେଇ ପାରି ନଥିଲା। ସନ୍ତୋଷଜନକ ଉତ୍ତର ନମିଳିବା ହେତୁ ପୁଲିସ ଫିୟର୍ରୋସକୁ ଗିରଫ କରି ନେଇଥିଲା। ଚଳିତ ବର୍ଷର ସ୍ପେନ୍‌ରୁ ବି ଏଭଳି ଘଟଣା ସାମ୍ନାକୁ ଆସିଥିଲା କି ଜଣେ ଗାଡ଼ି ଚାଳକ କମଳା ନେଇ ଫେରାର ହୋଇ ଯାଉଥିବା ସମୟରେ ପୁଲିସ ହାତରେ ଧରାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe