ବାଣୀବିହାର ଉଦ୍ଭିଦ ବିଜ୍ଞାନ ବିଭାଗରୁ ସ୍କ୍ରାପ୍‌ ଚୋରି

Advertisment

ଜଣେ ଗିରଫ; ୨ ସହଯୋଗୀ ଫେରାର୍‌

ଜଣେ ଗିରଫ; ୨ ସହଯୋଗୀ ଫେରାର୍‌

ଦୟାନିଧି ନାୟକ ବାଣୀବିହାରର ନୂତନ କୁଳସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରୁ ସ୍କ୍ରାପ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ସେ ହେଲା ସହିଦନଗର ତାରିଣୀ ବସ୍ତିର ଗଣେଶ ମଣ୍ଡଳ ଓରଫ୍‌ ସିଂହ (୩୦)। ତେବେ ଏହି ଚୋରିରେ ସଂପୃକ୍ତ ଗଣେଶର ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ହୋଇ ଯାଇଛନ୍ତି।

ପୁଲିସ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଗଣେଶ ଓ ତାର ଦୁଇ ସହଯେଗୀ ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଗ୍ରିଲ୍‌ ତାଡ଼ି ଭିତରକୁ ପଶିଥିଲେ। ଏହାପରେ ସେଠାରେ ଥିବା ସ୍କ୍ରାପ୍‌କୁ ନେଇଯାଇଥିଲେ। ମଙ୍ଗଳବାର ସକାଳୁ ଗ୍ରିଲ୍‌ ତଢ଼ାଯାଇଥିବା ଦେଖି ସିକ୍ୟୁରିଟି ଅଫିସର ରବିନାରାୟଣ ମହାପାତ୍ର୍ର ତୁରନ୍ତ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଛାନ୍‌ଭିନ୍‌ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ସିସିଟିଭି ଫୁଟେଜ୍‌ରୁ ପୁଲିସ ଗଣେଶକୁ ଚିହ୍ନଟ କରି ତାରିଣୀ ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe