ଚୋରି କରି ନେଇ ବାଇକ୍‌କୁ ୧୫ ଦିନ ଚଳାଇ ପୁଣି କୋରିୟର କରି ମାଲିକ ନିକଟକୁ ପଠାଇ ଦେଲା ଚୋର

Advertisment
ଚୋରି କରି ନେଇ ବାଇକ୍‌କୁ ୧୫ ଦିନ ଚଳାଇ ପୁଣି କୋରିୟର କରି ମାଲିକ ନିକଟକୁ ପଠାଇ ଦେଲା ଚୋର

indiatoday

ଚେନ୍ନାଇ: ପୂର୍ବରୁ ବି ଅନେକ ଥର ଏପରି ଘଟଣାମାନ ଘଟିଛି। ତାମିଲ୍‌ନାଡୁର କୋଏମ୍ବାଟୋର୍‌ସ୍ଥିତ ପଲାପଲାୟମଠାରେ ଘଟିଛି ଏକ ମଜାଦାର୍‌ ଘଟଣା। ଜଣେ ଚୋର ଏକ ବାଇକ୍‌ ଚୋରାଇ ନେଇ ତାହାକୁ ୧୫ ଦିନ ବ୍ୟବହାର କରି ପୁଣି ଥରେ କୋରିୟର୍‌ ଜରିଆରେ ବାଇକ୍‌ ମାଲିକଙ୍କୁ ଫେରାଇ ଦେଇଥିବା ଜାଣିବାକୁ ମିଳିଛି।

ବାଇକ୍‌ର ଅସଲ ମାଲିକ ସୁରେଶ କୁମାର ତା‌ଙ୍କ ହଜି ଯାଇଥିବା ବାଇକ୍‌ଟିକୁ ପାଇବା ପରେ ଯେତିକି ଆନନ୍ଦିତ ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ। ମେ ୧୮ ତାରିଖ ଦିନ ସୁରେଶ ତାଙ୍କ ବାଇକ୍‌କୁ ତାଙ୍କ ଦୋକାନ ସାମ୍ନାରେ ରଖିଥିଲେ। ସେଠାରୁ ଜଣେ ଚୋର୍‌ ବାଇକ୍‌ଟିକୁ ଚୋରାଇ ‌ନେଇ ଯାଇଥିଲା। ସୁରେଶ ନିଜ ବାଇକ୍‌ଟିକୁ ନପାଇ ତାଙ୍କର ଜଣେ ବନ୍ଧୁଙ୍କ ସହ ସୁଲୁସ୍‌ ପୁଲିସ୍‌ ଷ୍ଟେସନ୍‌କୁ ଅଭି‌ଯୋଗ ଲେଖାଇବାକୁ ଯାଇଥିଲେ।

publive-image indiatoday

ଶନିବାର ଅପରାହ୍ନ ପ୍ରାୟ ୨.୩୦ ସମୟରେ ସୁରେଶ ଏକ ପାର୍ସଲ ଏଜେନ୍ସିରୁ ଏକ ଫୋନ୍‌ କଲ୍‌ ପାଇଲେ। ଏଜେନ୍ସି ପକ୍ଷରୁ କୁହାଗଲା କି ୧୪୦୦ ଟଙ୍କା ଦେଇ ଆପଣ ଆପଣଙ୍କ ସାମଗ୍ରୀକୁ ନେଇଯାଆନ୍ତୁ।

ସୁରେଶ ଫୋନ୍‌ କଲ୍‌ ପାଇବା ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ସୁରେଶ ଯାଇ ଦେଖନ୍ତି ତ ପାର୍ସଲରେ ତାଙ୍କ ହଜି ଯାଇଥିବା ବାଇକ୍‌ଟି ଫେରି ଆସିଛି। ସୁରେଶ କହନ୍ତି କି କିଏ କାହିଁକି ତାଙ୍କ ବାଇକ୍‌କୁ ଥରେ ନେଇ ଫେରାଇ ଦେଲା ସେ ଜାଣନ୍ତିନି। ମାତ୍ର ବାଇକ୍‌ଟିକୁ ପାଇ ସେ ଖୁବ୍ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe