ଟ୍ରେନ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରି ନେଇଯାଉଥିବା ବେଳେ ଫସିଗଲା ଚୋର; ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ଝୁଲି

Advertisment

ଟ୍ରେନ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରି ନେଇ ଯାଉଥିବା ବେଳେ ଫସିଗଲା ଚୋର; ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ଝୁଲି। ଯାତ୍ରୀଙ୍କ ଗୋଡ ଟାଣି ଦେବାକୁ ଦେଉଥିଲା ଧମକ୍।

ଟ୍ରେନ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରି ନେଇ ଯାଉଥିବା ବେଳେ ଫସିଗଲା ଚୋର; ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ଝୁଲି। ଯାତ୍ରୀଙ୍କ ଗୋଡ ଟାଣି ଦେବାକୁ ଦେଉଥିଲା ଧମକ୍।

New Project (23)

ନୂଆଦିଲ୍ଲୀ: ଟ୍ରେନ୍ କିମ୍ବା ବସ୍ ଭଳି ସାର୍ବଜନୀନ ସ୍ଥାନରେ ଯାତ୍ରୀମାନେ ସାମାନ୍ୟ ଅସାବଧାନତା ହେ‌ଲେ ସେମାନଙ୍କ ସାମଗ୍ରୀ ଚୋରି ‌ହୋଇଯାଇଥାଏ।  ଅନେକ ସମୟରେ ଚୋରମାନେ ଯାତ୍ରୀଙ୍କ ଠାରୁ ଫୋନ, ପର୍ସ ଆଦି ସାମଗ୍ରୀ ଚୋରି କରି ଚମ୍ପଟ ମାରୁଥିବା ବେଳେ ଧରାପଡ଼ି ଯାଇଥାଆନ୍ତି। ଏହାପରେ ଚୋର ଯାତ୍ରୀଙ୍କ ନିସ୍ତୁକମାଡ଼ର ଶିକାର ହୋଇଥାଏ।

ନିକଟରେ ଜଣେ ଚୋରର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଚୋର ଜଣକ ଟ୍ରେନ ଯାତ୍ରୀଙ୍କ ଠାରୁ ଫୋନ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଟ୍ରେନର ବେଗ ବଢ଼ି ଯାଇଥିଲା। ଯେଉଁ କାରଣରୁ ଚୋର ତଳକୁ ଓହ୍ଲାଇ ନପାରି ଫସି ଯାଇଥିଲା।

ସଙ୍ଗେସଙ୍ଗେ ଯାତ୍ରୀମାନେ ଟ୍ରେନ ଫାଟକ ପାଖକୁ ଯାଇ ଚୋରକୁ ଉପରକୁ ଆସିବାକୁ କହିଥିଲେ କିନ୍ତୁ ସେ ଆସି ନଥିଲା। ଏମିତିକି କେହିବି ତାକୁ ଉପରକୁ ଆଣିବା ପାଇଁ ସାହାସ ବି କରୁ ନଥିଲେ। କାରଣ ହୋଇପାରେ ଧରାପଡ଼ିଯିବା ଭୟରେ ସେ ଉକ୍ତ ବ୍ୟକ୍ତିଙ୍କୁ ଟାଣି ତଳେ ପକେଇ ଦେଇପାରେ। କିଛି ସମୟ ଧରି ଚୋର ଏପରି ବିପଦସଙ୍କୁଳ ଅବସ୍ଥାରେ ଟ୍ରେନରେ ଝୁଲି ରହିବା ପରେ ସୁଯୋଗ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୁଲିସ ଉକ୍ତ ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe