ଘଟଣାସ୍ଥଳରୁ କଟା ଆଙ୍ଗୁଠି ପାଇ ଚୋରକୁ ଧରିଲା ପୁଲିସ

Advertisment
ନିର୍ବାଚନ ଡିୟୁଟିରେ ଯିବାକୁ ବାରଣ କରିବାରୁ ପତ୍ନୀଙ୍କୁ ହତ୍ୟା କଲେ କନେଷ୍ଟବଳ

Source: India Today

ନୂଆଦିଲ୍ଲୀ: ଅପରାଧସ୍ଥଳରୁ ମିଳିଥିବା ଗୋଟାଏ ଚୋରର କଟା ଆଙ୍ଗୁଠିର ଟିପ ଚିହ୍ନରୁ ଦିଲ୍ଲୀ ପୁଲିସର ଫିଙ୍ଗର୍‌ ପ୍ରିଣ୍ଟ୍‌ ବ୍ୟୁରୋଙ୍କୁ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସହାୟତା କରିଛି। ସମ୍ପୃକ୍ତ ଚୋରର କଟା ଆଙ୍ଗୁଠିଟି ପଶ୍ଚିମ ଦିଲ୍ଲୀ ଏକ ବସ୍‌ରୁ ମଳିଥିଲା।

ଅପରାଧୀ ଚୋରର ପୁରୁଣା ଅପରାଧ ରେକର୍ଡ ଜରିଆରରେ ପୁଲିସ ତାକୁ ଓ ତା’ର ସହଯୋଗୀକୁ ଗିରଫ କରିଥିବା କଥା ମଙ୍ଗଳବାର ଦିନ କହିଛି।

ଫିଙ୍ଗର୍‌ପ୍ରିଣ୍ଟ୍‌ ବ୍ୟୁରୋଙ୍କ ସହାୟତାରରେ ତଦନ୍ତକାରୀମାନେ ପୃଥକ୍‌ ତଲାସ ଅଭିଯାନ ଚଳାଇ ୨୪ ବର୍ଷିୟ ରାହୁଳ ଏବଂ ତାଙ୍କର ୩୫ ବର୍ଷିୟ ସହଯୋଗୀ ଧରମବୀରଙ୍କୁ ସୋମବାର ଦିନ ଗିରଫ କରିଥିଲେ।

ପୂର୍ବରୁ ରାହୁଳ ୪ଟି ଚୋରି ଓ ଛିନ୍‌ତାଇ ମାମଲାରେ ସମ୍ପୃକ୍ତ। ରୋହିଣୀସ୍ଥିତ ତା’ର ବାସ ଭବନରୁ ୨୪ ବର୍ଷିୟ ରାହୁଳଙ୍କୁ ଏବଂ ସୁଲ୍‌ତାନପୁରୀ ବାସଭବନରୁ ଧରମବୀରଙ୍କୁ ଗିରଫ କରାଯାଇଛି ବୋଲି ଡିସିପି (ପଶ୍ଚିମ) ମୋନିକା ଭରଦ୍ୱାଜ କହିଛନ୍ତି।

ଭରଦ୍ୱାଜ କହିଛନ୍ତି ଯେ ରବିବାର ଦିନ ଘଟଣାଟି ଘଟିଥିଲା ଦିଲ୍ଲୀର ଗୋଟାଏ ଆର୍‌ଟିସି ବସ୍‌ରେ। ରାହୁଳ ଓ ଧରମବୀର ରଣଜିତ କୁମାର ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ଓ୍ଵାଲେଟ୍‌ ଛଡ଼ାଇବା ସମୟରେ। ରଣଜିତ ତାଙ୍କର ତିନି ଜଣ ଆତ୍ମୀୟ ଧର୍ମେନ୍ଦ୍ର, ଅନୀଲ ଏବଂ ମୁକେଶଙ୍କ ସହ ପୀରାଗଡ଼ିରୁ ଜନକପୁରୀ ଯାଉଥିଲେ।

ବିକାଶପୁରୀ ଠାରେ ରଣଜିତ ଗାଡ଼ିରୁ ଓହ୍ଲାଇ ପଡ଼ିବା ପରେ ତାଙ୍କର ମନେହେଲା କେହିଜଣେ ତାଙ୍କ ଓ୍ଵାଲେଟ୍‌ ଚୋରଇ ନେଲା। ରଣଜିତଙ୍କ ଓ୍ଵାଲେଟ୍‌ ବସ୍‌ରେ ବସ୍‌ ଭିତରେ ପକାଇଥିବା ଧରମବୀରଙ୍କ ପ୍ରତି ତାଙ୍କର ସନ୍ଦେହ ହେଲା। ସେ ଧରମବୀରଙ୍କୁ ଧରି ପକାଇବାରୁ ରାହୁଳ ରଣଜିତ ଓ ତାଙ୍କ ଆତ୍ମୀୟମାନଙ୍କୁ ଗୋଟାଏ ଛୁରିରେ ଆକ୍ରମଣ କଲା।

ଛୁରି ଭୁଷାଭୁଷିରେ ଧରମବୀର, ଅନୀଲ ଏବଂ ମୁକେଶ ଆହତ ହୋଇଥିଲେ ଏବଂ ରାହୁଳଙ୍କର ଗୋଟାଏ ଆଙ୍ଗୁଠି କଟି ଚଳନ୍ତା ବସ୍‌ ଭିତରେ ପଡ଼ିଯାଇଥିଲା।

ଟିପଚିହ୍ନ ବିଶେଷଜ୍ଞମାନେ କଟା ଆଙ୍ଗୁଠିଟିକୁ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe