ଜିଲ୍ଲା କୋର୍ଟର ଜଜ ଘରେ ଶୋଇଥିବା ବେଳେ ବଗିଚାରୁ ଚୋର କାଟି ନେଇଗଲେ ଚନ୍ଦନ ଗଛ

ଜିଲ୍ଲା କୋର୍ଟର ଜଜ ଘରେ ଶୋଇଥିବା ବେଳେ ବଗିଚାରୁ ଚୋର କାଟି ନେଇଗଲେ ଚନ୍ଦନ ଗଛ

Times Now

ରିଓ୍ଵା: ମଧ୍ୟପ୍ରଦେଶର ରିଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଲିସ ସୂତ୍ରରୁ ପ୍ରକାଶ, ୫ଟି ଚୋରର ଏକ ଗ୍ୟାଙ୍ଗ୍‌ ଜିଲ୍ଲା କୋର୍ଟର ଜଜଙ୍କ ଘରେ ପଶି ଚାରିଟି ଚନ୍ଦନ ଗଛକୁ କାଟି ନେଇଛନ୍ତି। ଏହି ଘଟଣା ଗୁରୁବାର-ଶୁକ୍ରବାର ରାତିରେ ଘଟିଛି। ଦୁର୍ବୃତ୍ତ ଜଜଙ୍କ ସୁରକ୍ଷାକର୍ମୀ ବୁଦ୍ଧି ଲାଲକୋଲଙ୍କୁ ବନ୍ଧୁକ ମୁନରେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀ ଶିବେନ୍ଦ୍ର ସିଂହଙ୍କ କହିବାନୁସାରେ, ପ୍ରଥମେ ଜଣେ ଚୋର ଜଜ ଅରୁଣ ସିଂହଙ୍କ ବଙ୍ଗଳାରେ ପ୍ରବେଶ କରିଥିଲା। ଏହି ଚୋର ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ମୁନରେ ଧମକ ଦେଉଥିବା ବେଳେ ତୁରନ୍ତ ଚାରିଜଣ ଚୋର ଆସି ସୁରକ୍ଷାକର୍ମୀକୁ ବାନ୍ଧି ପକାଇଥିଲେ। ୧୦ ମିନିଟ୍‌ ଭିତରେ ୫ଜଣ ଚୋର ଚନ୍ଦନଗଛକୁ କାଟି ନେଇଥିଲେ। ଯେଉଁ ସମୟରେ ଏହି ଘଟଣା ଘଟିଲା ବଙ୍ଗଳାରେ ଚାରିଜଣ ଗାର୍ଡ ମହଜୁଦ ଥିଲେ। କିନ୍ତୁ ଚୋର କାହାକୁ କିଛି କ୍ଷତି ପହଞ୍ଚାଇ ନଥିଲେ। ସେମାନେ ଚନ୍ଦନ ଗଛ କାଟିବା ପରେ ନିଜ ବାଟରେ ଚାଲି ଯାଇଥିଲେ। ଚୋରି ହେବା ସମୟରେ ଜଜ ଓ ତାଙ୍କ ପରିବାର ଘରେ ଶୋଇ ରହିଥିଲେ। ଚୋରକୁ ଧରିବା ପାଇଁ ପୁଲିସ ମାମଲାର ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe