କୋଟି କୋଟି ଟଙ୍କା ମିଳିବା ଆଶାରେ ପୋଷ୍ଟ ଅଫିସ କାନ୍ଥ ତାଡ଼ିଲା ଚୋର, ଭିତରୁ ନୋଟ୍ ପରିବର୍ତ୍ତେ ବାହାରିଲା...

କୋଟି କୋଟି ଟଙ୍କା ମିଳିବା ଆଶାରେ ପୋଷ୍ଟ ଅଫିସ କାନ୍ଥ ତାଡ଼ିଲା ଚୋର, ଭିତରୁ ନୋଟ୍ ପରିବର୍ତ୍ତେ ବାହାରିଲା...

indiatimes.com

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଚୋରର ସବୁ ଯୋଜନା ଭଣ୍ଡୁର ହୋଇଯାଇଥିବା ଜଣା ପଡ଼ିଛି। କୋଟି କୋଟି ଟଙ୍କା ବ୍ୟାଗରେ ଭରି ଆଣିବାର ଆଶା ରଖି ଚୋରଟି ପୋଷ୍ଟ ଅଫିସର କାନ୍ଥ ତାଡ଼ିବା ପରେ ଚୋରର ସବୁ ଆଶା ମଉଳି ଯାଇଥିଲା। କୋଟି କୋଟି ଟଙ୍କା ପରିବର୍ତ୍ତେ ମିଳିଥିଲା ୪୮୭ଟଙ୍କାର କଏନ୍। ଘଟଣାଟି ପୂର୍ବ ଦିଲ୍ଲୀରେ ଘଟିଥିବା ବେଳେ ସୋମବାର ସକାଳ ସମୟରେ ଘଟଣାଟି ସାମ୍ନାକୁ ଆସିଥିଲା।

publive-image indiatimes.com

ପୁଲିସର କହିବା ଅନୁଯାୟୀ, ପୋଷ୍ଟ ଅଫିସର ଡେପୁଟିି ପୋଷ୍ଟମାଷ୍ଟର ସକାଳ ସମୟରେ ପୋଷ୍ଟ ଅଫିସ ପହଞ୍ଚିବା ପରେ କାନ୍ଥ ତଡ଼ା ଯାଇଥିବା ଦେଖିଥିଲେ। ଭିତରକୁ ଯିବା ପରେ ଲକର ରୁମ୍ ଭଙ୍ଗାଯାଇଥିବା ଦେଖି ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଭଙ୍ଗା କାନ୍ଥକୁ ଦେଖିବା ପରେ ଚୋରଟି ନାବାଳକ ଓ ତାହାର ଓଜନ କମ ହୋଇଥିବା ସନ୍ଦେହ କରୁଛି। କାରଣ, ଏତେ ଛୋଟ କଣା କରି ଭିତରକୁ ଯିବ‌େ କୌଣସି ବୟସ୍କ ଲୋକ ପକ୍ଷେ ସମ୍ଭବ ନୁହେଁ। ଛୋଟ ପିଲା ବା ଯାହାର ଓଜମ କମ ଥିବ, ସେ ହିଁ ଏହା ଭିତର ଦେଇ ଯାଇ ପାରିବ ବୋଲି କହିଛି ପୁଲିସ। ଏହା ସହ ଚୋର ଜଣେ ଥିଲା ନା ତା’ ସହ ଅନ୍ୟ କେହି ଥିଲେ ବୋଲି ଜାଣିବା ପାଇଁ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି।

ତେବେ ସୌଭାଗ୍ୟବଶତଃ ଲକର ରୁମରେ କେବଳ ୪୮୭ଟଙ୍କାର କଏନ ଥିଲା। ଗତ ଶୁକ୍ରବାର ପୋଷ୍ଟ ଅଫିସର ଆକାଉଣ୍ଟଟାଣ୍ଟ ଲକର ଖାଲି କରିଥିଲେ। ଭିତରେ ମାତ୍ର ୪୮୭ଟଙ୍କାର କଏନ ଥିଲା ବୋଲି କହିଛନ୍ତି ଡେପୁଟିି ପୋଷ୍ଟମାଷ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe