ଚୋରି କଲା ଭଳି ଜନିଷ ନ ପାଇ ୮୦ ବର୍ଷିୟ ଇଞ୍ଜିନିୟର୍‌ଙ୍କ ଘରେ ୫୦୦ ଟଙ୍କା ରଖିଗଲେ ଚୋର

Advertisment
ଚୋରି କଲା ଭଳି ଜନିଷ ନ ପାଇ ୮୦ ବର୍ଷିୟ ଇଞ୍ଜିନିୟର୍‌ଙ୍କ ଘରେ ୫୦୦ ଟଙ୍କା ରଖିଗଲେ ଚୋର

ନୂଆଦିଲ୍ଲୀ: ଚୋରି କରିବା ଭଳି କୌଣସି ସାମଗ୍ରୀ ନ ପାଇ ନୂଆଦିଲ୍ଲୀର ରୋହିଣୀ ଅନ୍ତର୍ଗତ ସେକ୍ଟର୍‌ ୮ସ୍ଥିତ ଏକ ଘରେ ଚୋରମାନେ ୫୦୦ ଟଙ୍କା ରଖି ପଳାଇଥିବା କଥା ପୁଲିସ କହିଛି।

ଘର ମାଲିକ ଅଭିଯୋଗ ଦାଏର କରିବା ପରେ ଜୁଲାଇ ୨୦ ତାରିଖ ରାତିରେ ଘଟିଥିବା ଏହି ବିଚିତ୍ର ଘଟଣାଟି ଲୋକଲୋଚନକୁ ଆସିଛି।

ଅଭିଯୋଗ ପତ୍ରରେ ଅବସରପ୍ରାପ୍ତ ୮୦ ବର୍ଷିୟ ଇଞ୍ଜିନିୟର୍‌ ଏମ୍‌. ରାମକୃଷ୍ଣ ଲେଖିଛନ୍ତି ଯେ, ଜୁଲାଇ ୧୯ ତାରିଖ ସନ୍ଧ୍ୟା ବେଳେ ସେ ଓ ତାଙ୍କ ସ୍ତ୍ରୀ ଗୁରୁଗ୍ରାମରେ ବାସ କରୁଥିବା ପୁଅ ପାଖକୁ ଯାଇଥିଲେ।

ଘରେ ଚୋରି ହୋଇଥିବା କଥା ଜୁଲାଇ ୨୧ ତାରିଖ ସକାଳେ ତାଙ୍କ ପଡ଼ୋଶୀ ଫୋନ୍‌ କରି ଜଣାଇଲେ। ଖବର ପାଇ ସେ ତୁରନ୍ତ ଆସି ଘରେ ପହଞ୍ଚିଲେ। ଦେଖିଲେ ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଛି। ଭିତରକୁ ଯାଇ ସେ ଜାଣିଲେ ଚୋରମାନେ କିଛି ଚୋରି କରିନାହାନ୍ତି। କିନ୍ତୁ, ମୁଖ୍ୟ ଫାଟକ ନିକଟରେ ୫୦୦ ଟଙ୍କା ପଡ଼ିଛି।

publive-image Image Courtesy of NDTV

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଘରେ ସେ କୌଣସି ମୂଲ୍ୟବାନ ଜନିଷ ରଖନ୍ତି ନାହିଁ। ଏହାଛଡ଼ା, ଆଲମାରି ସବୁ ମଧ୍ୟ ଅତୁଟ ଅଛି।

ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହିତ ଚୋରମାନଙ୍କୁ ଧରିବା ପାଇଁ ତଲାସ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe