ଚୋରି ପରେ ମାଲିକଙ୍କ ନାମରେ ଲିପଷ୍ଟିକରେ ଗାଳି ଲେଖିଦେଇ ଯାଇଥିଲା ଚୋର

Advertisment

ମଧ୍ୟପ୍ରଦେଶର ଗ୍ବାଲିୟରରେ ବସବାସ କରୁଥିବା ଜଣେ ବ୍ୟକ୍ତି ତାଙ୍କ ଘରେ ଚୋରି ହୋଇଥିବା ସହିତ କାନ୍ଥରେ ଲିପଷ୍ଟିକରେ ଗାଳି ଲେଖା ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। 

ମଧ୍ୟପ୍ରଦେଶର ଗ୍ବାଲିୟରରେ ବସବାସ କରୁଥିବା ଜଣେ ବ୍ୟକ୍ତି ତାଙ୍କ ଘରେ ଚୋରି ହୋଇଥିବା ସହିତ କାନ୍ଥରେ ଲିପଷ୍ଟିକରେ ଗାଳି ଲେଖା ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। 

q

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରେ ବସବାସ କରୁଥିବା ଜଣେ ବ୍ୟକ୍ତି ତାଙ୍କ ଘରେ ଚୋରି ହୋଇଥିବା ସହିତ କାନ୍ଥରେ ଲିପଷ୍ଟିକରେ ଗାଳି ଲେଖା ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। 

ସୂଚନାଯୋଗ୍ୟ, ଗ୍ବାଲିୟରର ପୁରୁଣା ଛାବନି ଥାନା ଅଞ୍ଚଳସ୍ଥ ମାଚହୌର ମୋହଲ୍ଲେରେ ରହୁଥିବା ମହେଶ ମାହୋର ତାଙ୍କ ପରିବାର ସହିତ ହରିୟାଣାର ପାନିପତକୁ ସତସଙ୍ଗ ପାଇଁ ଯାଇଥିଲେ। ସେଠାରୁ ଫେରି ଘରର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

କାରଣ ଘରେ ପକାଇଥିବା ତାଲା ଭାଙ୍ଗା ଯାଇଥିଲା। ଘର ଭିତରେ ପଶିବା ପରେ ସମସ୍ତ ସାମଗ୍ରୀ ଓ ଦସ୍ତାବିଜ ସବୁ ଏଣେତେଣେ ବିଛାଇ ହୋଇପଡ଼ିଥିଲା। ଘରେ ଥିବା ସୁନାଅଳଙ୍କାର ଓ ଟଙ୍କା ସବୁ ଚୋରି ହୋଇଯାଇଥିଲା।  କେବଳ ଏତିକି ନୁହେଁ ଘର କାନ୍ଥରେ ଲିପଷ୍ଟିକରେ ତାଙ୍କ ନାମରେ ଗାଳି ବି ଲେଖାଥିବା ସେ ଦେଖିବାକୁ ପାଇଥିଲେ।

ମହେଶ ମାହୋର ଅଭିଯୋଗ କରି କହିଛନ୍ତି, ‘ଏସବୁ ଘଟଣା ମୋର କେହି ଜଣେ ଶତ୍ରୁ ପ୍ରତିଶୋଧ ନେବା ପାଇଁ କରିଥିବା ମଁଁ ଦାବିର ସହ କହିବି। ଏହି ଚୋରି ଘଟଣାର ଅଭିଯୋଗ କରିଥିବା ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ତେଣୁ ମୁଁ ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଏସପି ମୋ ଅଭିଯୋଗ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe