ସରକାରୀ ଜମି ଦଖଲକୁ ନେଇ ବିବାଦ, ୩ ଗିରଫ

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କ ଭାଇଙ୍କୁ ଆକ୍ରମଣ ଘଟଣା

ସରକାରୀ ଜମି ଦଖଲକୁ ନେଇ ବିବାଦ, ୩ ଗିରଫ

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ଅଧେଇଖାଲ ବସ୍ତିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କ ଭାଇ ଦୀପକ ଆଚାର୍ଯ୍ୟଙ୍କ ଉପରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣରେ ଘଟଣାାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାନସ ନାୟକ ଓରଫ୍‌ ଗାଲୁଆ, ସନ୍ତୋଷ ପ୍ରଧାନ ଓରଫ ଅଜୁ ଏବଂ ପ୍ରଶାନ୍ତ ଭୋଇ ଓରଫ ଗୋରା। ପୁଲିସ ଏମାନଙ୍କ ନିକଟରୁ ଗୋଟିଏ ଫାର୍ସା ଓ ଗୋଟିଏ ଭୁଜାଲି ଜବତ କରିଛି। ସମସ୍ତଙ୍କ ଘର ନାଗେଶ୍ୱରଟାଙ୍ଗୀ ଅଞ୍ଚଳରେ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।

ବଡ଼ଗଡ଼ ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଅଧେଇଖାଲ ବସ୍ତିରେ ଏକ ସରକାରୀ ଜମି ରହିଛି। ସେହି ଜମିକୁ ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି କାବୁ କରି ରଖିଥିଲେ। ସେହି ଜମିରେ ଘର ତିଆରି ପାଇଁ ଉଦ୍ୟମ କରିବାବେଳେ ଦୀପକ ଏହାର ବିରୋଧ କରିଥିଲେ। ଯେଉଁ କାରଣରୁ ଦୀପକ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଚଳିତ ମାସ ୩ ତାରିଖରେ ସଂଧ୍ୟାରେ ଦୀପକ ତାଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ୩ ଜଣ ସେଠାରେ ପହଞ୍ଚି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଦୀପକଙ୍କ ମୁଣ୍ଡ, ବେଳେ ହାତ, ବେକ ଓ ଗୋଡ଼ରେ ଶକ୍ତ ଚୋଟ ପଡ଼ିଥିଲା। ପ୍ରଥମେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe