୧୧୮ କିଲୋ ଗଂଜେଇ ଜବତ, ୨ ବାଇକ୍ ସହ ୩ ଗିରଫ

Advertisment
୧୧୮ କିଲୋ ଗଂଜେଇ ଜବତ, ୨ ବାଇକ୍ ସହ ୩ ଗିରଫ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଗଂଜେଇ ମାଫିଆ। ୧୧୮ କିଲୋ ଗଂଜେଇ ସହ ତିନି ଜଣ ଧରାପଡ଼ିଥିବା ବେଳେ ଜଣେ ଚମ୍ପଟ ମାରିଛ। ପୁଲିସ ସୂତ୍ର ଅନୁଯାୟୀ ଗତକାଲି ସକାଳ ପାଞ୍ଚଟା ତିରିଶି ମିନିଟ ସମୟରେ ବୈପାରିଗୁଡା ପୁଲିସ ନିୟମିତ ପେଟ୍ରୋଲିଂରେ ବାହାରିବା ସମୟରେ ବୀରଖମ୍ବ ସାହି ଛକ ନିକଟରେ ଦୁଇଟି ବାଇକରେ ଚାରିଜଣ ଆସୁଥିବା ଦେଖି ଅଟକେଇ ଥିଲେ। ତେବେ ବାଇକରେ ୧୧୮ କିଲୋ ଗଂଜେଇ ରହିଥିବା ଦେଖି ସେମାନଙ୍କୁ ଗିରଫ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୩ ଟି ମୋବାଇଲ ଏବଂ ୧୫୦୦ ଟଙ୍କା ଜବତ କରିଛନ୍ତି।

ତେବେ ଏମାନେ ମାଛକୁଣ୍ଡରୁ ଗଳାବାଟ ଦେଇ ବୈପାରିଗୁଡା ପହଞ୍ଚି ଜୟପୁର ଯାଇଥାନ୍ତେ ବୋଲି ପୁଲିସ ପ୍ରକାଶ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ରକୋଣ୍ଡାର ସାନ ଆଲିଆସ୍(ରାଜୁ), ମାଛକୁଣ୍ଡର ବଲ ପାଙ୍ଗି (ବେଲା) ଏବଂ ସଦନ ପାଙ୍ଗି।ଜବତ ଗଂଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଅଠର ହଜାର ଟଙ୍କା ହୋଇପାରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏହି ଚଢ଼ାଉରେ ଏସ୍ଆଇ ଅସିତ କୁମାର ବଳବନ୍ତରାୟ ଏବଂ ସଂତୋଷ କୁମାର ପାତ୍ର ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe