ଯୁବକଙ୍କୁ ଏସିଡ୍‌ ମାଡ଼ ଘଟଣା: ମାଷ୍ଟରମାଇଣ୍ଡ ଯୁବତୀ ସହ ୩ ଗିରଫ, ଜଣେ ଫେରାର

Advertisment
ଯୁବକଙ୍କୁ ଏସିଡ୍‌ ମାଡ଼ ଘଟଣା: ମାଷ୍ଟରମାଇଣ୍ଡ ଯୁବତୀ ସହ ୩ ଗିରଫ, ଜଣେ ଫେରାର

ନୂଆପଡ଼ା: ବଙ୍ଗାମୁଣ୍ଡାର ଆଲୋକ ସାହୁଙ୍କୁ ଏସିଡ୍‌ ମାଡ଼ ଘଟଣାରେ ଲଖନା ପୁଲିସ ତଦନ୍ତ କରି ମାଷ୍ଟରମାଇଣ୍ଡ ଯୁବତୀ ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଲଖନା ଥାନା ଅଧିକାରୀ ତପନ ଦାସ ସୂଚନା ଦେଇଛନ୍ତି। ଗିରଫ ୩ ଜଣ ଯୁବତୀ ହେଲେ ଲଖାନା ଥାନାର ମାଷ୍ଟରମାଇଣ୍ଡ ସନ୍ତୋଷିନୀ ଯାଦବ (୨୧), ରତ୍ନଶ୍ୱରୀ ବାରିକ(୨୧) ଓ ନଫିସ୍‌ ବାନୁ(୨୧) ଗିରଫ କରିବା ସହ କୋର୍ଟ ଚାଲଣ କରିଛନ୍ତି। ଫେରାର ଥିବା ଯୁବତୀ କବିତା ରାଉତ(୨୧)।

ସୂଚନା ଅନୁଯାୟୀ ଗତ ୭ ତାରିଖ ଦିନ ପ୍ରେମ ସମ୍ପର୍କକୁ ନେଇ ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ବଙ୍ଗାମୁଣ୍ଡ ଗ୍ରାମର ଆଲୋକ ସାହୁ (୨୨) ୧୦ ନଭେମ୍ବର ଦିନ ବିବାହ ଥିବାରୁ ଆଲୋକ ସାହୁ ଓ ତାର ଭେଣେଇ ଅନିଲ ସହ ବଲାଙ୍ଗୀର ଜିଲ୍ଲା ଲଠୋରକୁ ଭିଡିଓ ସୁଟିଂ ପାଇଁ ଅଗ୍ରୀମ ଟଙ୍କା ଦେବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିବା ବେଳେ ରାତି ୮ଟାରେ ଲଖନା ଓ ବଙ୍ଗାମୁଣ୍ଡା ମଝିରେ ଏକ ପୋଖରୀ ନିକଟରେ ଆଲୋକଙ୍କ ଭିଣେଇ ଅନିଲକୁ ଶୌଚ ଯିବାକୁ କହିଥିଲେ। ସେଠାରେ ଅଟକ ଧାନ ମଣ୍ଡି ନିକଟରେ ବସିଥିବା ବେଲେ କିଛି ଦୁବୃର୍ତ୍ତ ଆଲୋକ ସାହୁଙ୍କ ଆକ୍ରମଣ କରିବା ପରେ ଏସିଡ଼୍‌ ମାଡ଼କରି ଫେରାର ହୋଇଥିଲେ।

publive-image

ଯୁବକ ସେଠାରେ ଚିତ୍କାର କରିଥିଲେ। ଭିଣେଇ ସେଠାରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକର ବୟାନ ଅନୁଯାୟୀ ୩ ଜଣ ଲୋକଙ୍କୁ ସେହବାଜ ହୁସେନ, ଫାରୁକ ମହମ୍ମଦ ଓ ଉତ୍ତମ ଦାସଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା।

ଏହି ଘଟଣାକୁ ନେଇ ଲଖନା ଥାନାରେ ୩ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା। ଅନ୍ୟ ପଟେ ଆଲୋକ ସହୁ ସହ ପ୍ରେମ ସମ୍ପର୍କ ଥିବା ଯୁବତୀଙ୍କ ହାତରେ ଏସିଡ୍‌ ଛିଟା ପଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଏସିଡ୍‌ ମାଡ଼ା ହୋଇଥିବା ଯୁବକ କଟକ ଡାକ୍ତରଖାନରେ ଚିକିତ୍ସାରେ ଉନ୍ନତି ହେବା ପରେ ଏହି ୪ ଜଣଙ୍କ ଯୁବତୀ ଥିବା ବୟାନ ଦେଇଥିଲେ। ପୁଲିସ ଯୁବତୀ ତଥା ମାଷ୍ଟରମାଇଣ୍ଡ ସନ୍ତୋଷିନୀ ଯାଦବଙ୍କୁ ଖରିଆର ରୋଡ଼ରୁ ଗିରଫ କରିଥିବା ବେଲେ ରତ୍ନଶ୍ୱରୀ ବାରିକ ଓ ନଫିସ୍‌ ବାନୁଙ୍କୁ ଲଖନାରୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe