ନାୟକ କେବଳ ଚଳଚ୍ଚିତ୍ରରେ ନଥାନ୍ତି! ଅସଦାଚାରୀ ଅଟୋ ଚାଳକକୁ ଅଟକାଇ ପୀଡ଼ିତା ଯୁବତୀଙ୍କୁ ରକ୍ଷା କଲେ ୩ ଯୁବକ

ନାୟକ କେବଳ ଚଳଚ୍ଚିତ୍ରରେ ନଥାନ୍ତି! ଅସଦାଚାରୀ ଅଟୋ ଚାଳକକୁ ଅଟକାଇ ପୀଡ଼ିତା ଯୁବତୀଙ୍କୁ ରକ୍ଷା କଲେ ୩ ଯୁବକ

କୋଲକାତା: ନାୟକ କେବଳ ଚଳଚ୍ଚିତ୍ରରେ ନଥାନ୍ତି। ଅଜୟ ନସ୍କର, ଜଲାଲ ଅଲ୍ଲି ମୋଲାହ, ସାବେଦ ଅଲ୍ଲି ମୋଲାହ ନାମକ ୩ ବନ୍ଧୁ କୌଣସି ଚଳଚ୍ଚିତ୍ରର ନାୟକଙ୍କଠାରୁ କମ୍‌ ନୁହଁନ୍ତି। ଏହି ୩ ବନ୍ଧୁ ହେଉଛନ୍ତି କୋଲକାତାର ବାସିନ୍ଦା। ଏକ ସଂଧ୍ୟାରେ ଏମାନେ କୋଲକାତର ନିୟୁ ଟାଉନ୍‌ ଅଞ୍ଚଳରେ ଯାଉଥାନ୍ତି। ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଏକ ଅଟୋ ଭିତରୁ ସେ ଜଣେ ୨୮ ବର୍ଷୀୟା ଯୁବତୀଙ୍କ କାନ୍ଦ ଶୁଣିବାକୁ ପାଇଲେ। ସେମାନେ ତା’ପରେ ଜାଣିବାକୁ ପାଇଲେ ଯେ ଅଟୋ ଚାଳକ ଜଣକ ଯୁବତୀଙ୍କ ସହ ଅସଦାଚରଣ କରୁଛନ୍ତି।

ସେମାନେ ଘଟଣାକୁ ଅନୁମାନ ଲଗାଇବା ପରେ ପରସ୍ପର ସହ କଥା ହୋଇଥିଲେ। କଥା ହେବା ପରେ ଉକ୍ତ ଅଟୋଟିକୁ ଗୋଡ଼ାଇ ଧରିବା ସହ ଅଟୋ ଚାଳକକୁ ଅଟୋ ବାହାରକୁ ଟାଣି ଆଣି ନିୟୁ ଟାଉନ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୀଡ଼ିତା ଯୁବତୀ ଭୟରେ ଥରି ଉଠଉଥିଲେ। ପୁଲିସ୍‌ ଆସି ପହଞ୍ଚି ଅଟୋ ଚଳକ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଉକ୍ତ ୩ ମହାନ ଯୁବକ ଯୁବତୀଙ୍କୁ ସୁରକ୍ଷା ଦେବା ସହ ଅଟୋ ଚାଳକ ବିରୋକ୍ଷରେ ସାକ୍ଷୀ ମଧ୍ୟ ପାଲଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe