ଷଡ଼ଯନ୍ତ୍ର ରଚି ସ୍ତ୍ରୀକୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସହ ୩ ଗିରଫ

ନିଜ ପତ୍ନୀଙ୍କୁ ଷଡ଼ଯନ୍ତ୍ର ରଚି ସ୍ବାମୀ ହିଁ ହତ୍ୟା କରିଛି। ଏଥି ପାଇଁ ସେ ଅନ୍ୟ ୨ ସହଯୋଗୀ ବନ୍ଧୁଙ୍କ ସହାୟତା ଲୋଡ଼ିଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନାରେ ପୁଲିସ ଆଜି ଏହି ଚର୍ଚ୍ଚିତ ଘଟଣାର ପର୍ଦ୍ଦାପାସ କରିଛି।

kpt-pressmeet nandpur

କୋରାପୁଟ/ନନ୍ଦପୁର: ଗତ ୭ମାସ ତଳେ ବିବାହ କରିଥିବା ନିଜ ପତ୍ନୀଙ୍କୁ ଷଡ଼ଯନ୍ତ୍ର ରଚି ସ୍ବାମୀ ହିଁ ହତ୍ୟା କରିଛି। ଏଥି ପାଇଁ ସେ ଅନ୍ୟ ୨ ସହଯୋଗୀ ବନ୍ଧୁଙ୍କ ସହାୟତା ଲୋଡ଼ିଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନାରେ ପୁଲିସ ଆଜି ଏହି ଚର୍ଚ୍ଚିତ ଘଟଣାର ପର୍ଦ୍ଦାପାସ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୁନାବେଡ଼ା ଏସଡିପିଓ ମନୋବ୍ରତା ଶତପଥୀ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହା ସହ ହତ୍ୟା ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ଖରା(୨୧), ସହ ଅଭିଯୁକ୍ତ ମହେଶ ମାଳି(୨୧) ଓ ସୋମନାଥ ଭୋଇ(୧୯)ଙ୍କୁ ଗିରଫ କରିଛି ପୁଲିସ। ହତ୍ୟାରେ ବ୍ୟବହୃତ ୨ଟି ଲାଠି, ଦଉଡ଼ି, ମୋବାଇଲ୍ ଫୋନ, ବାଇକ୍‌ ଓ ପୀଡ଼ିତାଙ୍କ ଚପଲ ଜବତ ହୋଇଛି। 

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ସାଢ଼େ ୫ଟା ବେଳେ ନନ୍ଦପୁର ଥାନା ଅର୍ନ୍ତଗତ ହାରିଆମୁଣ୍ଡା ଗାଁର ପୂର୍ବ ଖରାଙ୍କ ପୁଅ ମହେନ୍ଦ୍ର ଖରା ଓ ତାଙ୍କ ପତ୍ନୀ ସାବିତ୍ରୀ ମାଳି ଓରଫ ଖରା ନନ୍ଦପୁର ଆଧାର କେନ୍ଦ୍ରକୁ ଆଧାର କାର୍ଡର ସଂଶୋଧନ କାମ ପାଇଁ ଯାଇ ଫେରୁଥିଲେ। ଏହି ସମୟରେ ଖୁଡବି ଛକର ହଣ୍ଡାଳ ତୋଟା ନିଳଗିରୀ ବାଡ ନିକଟରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ତାଙ୍କ ପୁଅ ଗୁରୁତର ହୋଇଥିବା ବେଳେ ବୋଉ ସାବିତ୍ରୀ ମାଳିଙ୍କ ମରଶରୀର ମିଳିଥିବାକୁ ନେଇ ଥାନାରେ ମହେନ୍ଦ୍ରଙ୍କ ବାପା ପୂର୍ବଖରା ଅଭିଯୋଗ କରିଥିଲେ।

ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ତାଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ଗଛରେ ବାନ୍ଧି ଦେଇ ତାଙ୍କ ପତ୍ନୀକୁ ହତ୍ୟା କରିଥିବା ପୁଲିସକୁ କହିଥିଲେ। ପୁଲିସ ସ୍ବାମୀ ମହେନ୍ଦ୍ରର ଗତିବିଧି ଉପରେ ସଂଦେହ ପ୍ରକାଶ କରିଥିଲା।

ଭାରାପ୍ରାପ୍ତ ଥାନା ଅଧିକାରୀ ପାଣ୍ଡବ ଶବର, ଇନିସପେକ୍ଟର ମମତା ପଣ୍ଡା ସଦଳବଳ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମର ଶରୀରକୁ ନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ତାଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ଗଛରେ ବାନ୍ଧି ଦେଇ ତାଙ୍କ ପତ୍ନୀକୁ ହତ୍ୟା କରିଥିବା ପୁଲିସକୁ କହିଥିଲେ। ପୁଲିସ ସ୍ବାମୀ ମହେନ୍ଦ୍ରର ଗତିବିଧି ଉପରେ ସଂଦେହ ପ୍ରକାଶ କରିଥିଲା। ମହେନ୍ଦ୍ରର ମୋବାଇଲ୍ ଫୋନକୁ ଯାଂଚ କରିବାରେ ସେ ଏହି ମାମଲାର ଅନ୍ୟ ଦୁଇ ସହ ଅଭିଯୁକ୍ତ ମହେଶ ଓ ସୋମନାଥଙ୍କୁ ଫୋନ କରିଥିବା ଜାଣି ପାରିଥିଲେ। ପରେ ପୁଲିସ ମହେନ୍ଦ୍ରକୁ ପଚାରାଉଚାରା କରିବାରେ  ମହେନ୍ଦ୍ର ଓ ଅନ୍ୟ ଦୁଇ ସହଯୋଗୀ ମହେଶ ଓ ସୋମନାଥଙ୍କ ସହଯୋଗରେ ହତ୍ୟା କରିଥିବା ସ୍ବୀକାର କରିଥିବା ଏସଡିପିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe