ଭୁବନେଶ୍ବର: କଟକଜିଲ୍ଲା କନ୍ଦରପୁର ଥାନା ପରମହଂସ ନିକଟ ନଦୀପଠାରୁ ଗତ ୧୩ ତାରିଖ ଦିନ ସକାଳୁ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଏକ ୟୁପିଆଇ ପେମେଣ୍ଟକୁ ସୂତ୍ର କରି ପୁଲିସ ଅଭିଯୁକ୍ତମାନଙ୍କର ନିକଟରେ ପହଞ୍ଚିବାରେ ସଫଳ ହୋଇପାରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ସ୍ବାମୀ ବଳରାମ ଦେହୁରୀ, ଦିଅର ଜଗନ୍ନାଥ ଦେହୁରୀ ଓ ସଂପର୍କୀୟ ଦିଅର ହାପି ଦେହୁରୀ ସାମିଲ ଅଛନ୍ତି ବୋଲି ପୁଲିସ କହିଛି। 

ଏହି ଖବର ପଢ଼ନ୍ତୁ: ଘଟଗାଁ ତାରିଣୀ ମନ୍ଦିରରେ ନିଆଁ ଲାଗି ମହିଳା ଗୁରୁତର

Advertisment

କଟକ ଡିସିପି କହିଛନ୍ତି, ମହିଳାଙ୍କୁ‌ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ଜଘନ୍ୟ ଅପରାଧ ଘଟାଇବା ପାଇଁ ଅଭିଯୁକ୍ତମାନେ ଏକ ବଡ଼ଧରଣର ଷଡ଼ଯନ୍ତ୍ର କରିଥିଲେ। କୌଣସି ମିସିଂ ‌ମାମଲା ନଥିବାରୁ ଅଭିଯୁକ୍ତମାନଙ୍କୁ ଧରିବା ଚ୍ୟାଲେଞ୍ଜ ଥିଲା। କିନ୍ତୁ ଘଟଣାସ୍ଥଳରୁ ଜବତ ଏକ ଟେଲରିଂ ଷ୍ଟିଚିଂ ନମ୍ବରରୁ ପ୍ରମାଣ ମିଳିଥିଲା। ଏହା ଗୁଜରାଟ୍‌ରେ ହୋଇଥିଲା। ଏହି ସୂଚନା ଆଧାରରେ ଏକ ଟିମ୍‌ ଗୁଜରାଟ ଯାଇଥିଲେ। ସେଠାରେ ସ୍ଥାନୀୟ ପୁଲିସର ସହାୟତାରେ ମୁଖ୍ୟ ଅଭିଯୁକ୍ତର ଭାଇ ତଥା ମୃତ ମହିଳାଙ୍କ ଦିଅର ଜଗନ୍ନାଥ ଦେହୁରୀଙ୍କୁ ଗିରଫ କରାଯାଇଥିଲା। ସଂପର୍କୀୟ ଦିଅର ହାପି ଦେହୁରୀକୁ କଟକ ଓ ମୁଖ୍ୟ ଅଭିଯୁକ୍ତ ବଳରାମ ଦେହୁରୀକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରୁ ଗିରଫ ହୋଇଛନ୍ତି। ପରକୀୟ ପ୍ରୀତି ସନ୍ଦେହରେ ତିନି ଅଭିଯୁକ୍ତ ମିଶି ମହିଳାଙ୍କୁ ଯୋଜନାବଦ୍ଧ ହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। 

ଏହି ଖବର ପଢ଼ନ୍ତୁ: କୋରାପୁଟ ହେଉଛି ଅନ୍ୟତମ ଆକର୍ଷଣର କେନ୍ଦ୍ର

ମହିଳାଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ଏକ ବଡ଼ଧରଣର ଷଡ଼ଯନ୍ତ୍ର କରିଥିଲେ। କୌଣସି ମିସିଂ ‌ମାମଲା ନଥିବାରୁ ଅଭିଯୁକ୍ତମାନଙ୍କୁ ଧରିବା ଚ୍ୟାଲେଞ୍ଜ ଥିଲା। ପରକୀୟ ପ୍ରୀତି ସନ୍ଦେହରେ ତିନି ଅଭିଯୁକ୍ତ ମିଶି ମହିଳାଙ୍କୁ ଯୋଜନାବଦ୍ଧ ହତ୍ୟା କରିଛନ୍ତି।

-କମିସନରେଟ୍‌ ପୁଲିସ

ଏହି ଖବର ପଢ଼ନ୍ତୁ: ଆମକୁ ଆମ ନାତି ଆବଶ୍ୟକ

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ କଟକ ଜିଲ୍ଲା କନ୍ଦରପୁର ଥାନା ପରମହଂସ ନିକଟ ନଦୀ ପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ମହିଳାଙ୍କ ପରିଚୟ ଯଦିଓ ମିଳିପାରି ନଥିଲା, ତାଙ୍କର ବୟସ ୩୦ରୁ ୩୫ ବର୍ଷ ହେବ ବୋଲି ପୁଲିସ  ଅନୁମାନ କରିଥିଲା। ଘଟଣା ଦିନ ନଦୀପଠାରେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଥିଲା। ମୃତ ମହିଳାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ କିଏ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ମହିଳାଙ୍କ ୨ହାତରେ ଟାଟୁ ରହିଥିଲା। ଡାହାଣ ହାତରେ ହୋଇଥିବା ଟାଟୁରେ ‘ଓଁ ବାବା ବଳିଆ’ ଲେଖାଯାଇଥିଲା। ଏଥିସହ ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ୨ ବର୍ଷ ଝିଅ ଡ୍ରେସ ଓ ଗୁଟୁଖା ଜବତ କରାଯାଇଥିଲା। ଏଥିସହ ଜଣେ ପୁରୁଷଙ୍କ ପୋଷାକ ମଧ୍ୟ ମିଳିଥିଲା।  

ଏହି ଖବର ପଢ଼ନ୍ତୁ: ଉସ୍ତାଦ ଜାକିର ହୁସେନ ଅସୁସ୍ଥ