ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତକାଳରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର ବିଶେଷ ଯୋଗଦାନ ରହିବ। 

Advertisment

ଏହି ଖବର ପଢ଼ନ୍ତୁ: ଅଷ୍ଟ୍ରେଲିଆ ୪୦୫/୭

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ରାଜ୍ଯରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି ସୁଯୋଗ ଇତ୍ୟାଦି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ପ୍ରାଥମିକତା ଦେଉଛନ୍ତି। ଆଜି କୋରାପୁଟ ଜିଲ୍ଲାର ପ୍ରଥମ ସରକାରୀ ସେବିକା ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩୦୦ ଶଯ୍ୟା ବିଶିଷ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କ ପାଇଁ ମୋଟ ୯୬ଟି ଆବାସିକା ଗୃହର ଶୁଭାରମ୍ଭ କରାଯାଇଛି। ଯାହାକି ଜିଲ୍ଲାବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହେବ। ଏହାସହିତ ଗମନାଗମନ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଜୟପୁର ବିମାନବନ୍ଦରର ନବନିର୍ମିତ ଟର୍ମିନାଲର ମଧ୍ୟ ଶୁଭ ଉଦ୍‌ଘାଟନ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ଗାନ୍ଧି ପରିବାର ମୋ କ୍ୟାରିୟର ନଷ୍ଟ କରିଦେଲେ

ଲୋକଙ୍କ ସରକାର କଥା ନୁହେଁ। କାମରେ ବିଶ୍ବାସ କରନ୍ତି। ରାଜ୍ଯର ଚାଷୀ ଭାଇଙ୍କ ସଶକ୍ତୀକରଣ ପାଇଁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ସହ ଧାନ କୁଇଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କାରେ କିଣାଯାଉଛି। ସୁଭଦ୍ରା ଯୋଜନା ମାଧ୍ୟମରେ ମା'ମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରାଯାଉଛି। 

ଏହି ଖବର ପଢ଼ନ୍ତୁ: ୫ଦିନରେ ୬ପ୍ରତିଶତ ମହଙ୍ଗା ହେଲା ଅଶୋଧିତ ତୈଳ

କୋରାପୁଟ ହେଉଛି ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଅନ୍ୟତମ ଆକର୍ଷଣର କେନ୍ଦ୍ର। କୋରାପୁଟର କଫି ଆଜି କେବଳ ଦେଶ ନୁହେଁ ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ମାଟିର ମାଣ୍ଡିଆ କୁଇନ୍ ରାଇମତି ଘଉରିଆ ଜୈବିକ ଚାଷ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ। 

ଏହି ଖବର ପଢ଼ନ୍ତୁ: ସୁଙ୍କି ଘାଟିର ଅବସ୍ଥା ସାଂଘାତିକ

ବିକଶିତ ଓଡ଼ିଶା ନିର୍ମାଣରେ କୋରାପୁଟ ହେଉଛି ଏକ ପ୍ରମୁଖ ଅଂଶ। ଏହାକୁ ଗୁରୁତ୍ଵ ଦେଇ ଲୋକଙ୍କ ସରକାର ଜିଲ୍ଲାର ବିକାଶ ସହ ଜିଲ୍ଲାବାସୀଙ୍କ ସାମଗ୍ରିକ ଉନ୍ନତିକୁ ଗୁରୁତ୍ଵ ଦେଉଛନ୍ତି। ଆଗାମୀ ଦିନରେ ଆମ ସମସ୍ତଙ୍କ ପ୍ରୟାସରେ କୋରାପୁଟ ଜିଲ୍ଲା ନିଶ୍ଚୟ ସମୃଦ୍ଧ ହେବ ଏବଂ ମୋର ପ୍ରିୟ କୋରାପୁଟବାସୀଙ୍କ ଜୀବନଜୀବିକାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ।