କୋରାପୁଟ: ବଣ, ପାହାଡ଼ ଘେରା କୋରାପୁଟ ଜିଲ୍ଲା। ଜିଲ୍ଲା ମଧ୍ୟକୁ ଆସୁଥିବା ଚାରି ପାର୍ଶ୍ବ ରାସ୍ତାରେ ଘାଟି ରହିଛି। ଏବେ ବିପଦସଙ୍କୁଳସ୍ଥିତିରେ ଓଡ଼ିଶା-ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ସୁଙ୍କି ଘାଟି। ଦୁଇ ରାଜ୍ୟର ଜୀବନରେଖା ପାଲଟିଥିବା ୨୬ ନମ୍ବର ଜାତୀୟ ରାଜପଥ ପ୍ରତି ବିଭାଗ ଯେଭଳି ଦୃଷ୍ଟି ଦେବା କଥା, ସେହିଭଳି ନଜର ପକାଉ ନଥିବା ଅଭିଯୋଗ ହେଉଛି। ଏବେ କୁନ୍ଦୁଲି ଠାରୁ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ଶହଶହ ଗର୍ତ୍ତ ହେବା ସହ ରାସ୍ତା ଧୋଇ ହୋଇ ଯାଇଛି। ରାସ୍ତା ପାର୍ଶ୍ବ ମାଟି ନଥିବାରୁ ଗାଡ଼ି ଓହ୍ଲାଇବାକୁ ବି ଚାଳକମାନେ ଭୟ କରୁଛନ୍ତି। ଏପରିକି ଠିକ ଓଡ଼ିଶା ସୀମା ଆରମ୍ଭ ଏନଏଚରେ ବିରାଟ ବଡ ଗର୍ତ୍ତ ହୋଇଛି। ଅପରପକ୍ଷରେ ଆନ୍ଧ୍ର ପ୍ରଦେଶ ସୀମା ପ୍ରବେଶ କରିବା ବେଳେ ରାସ୍ତା ଚକାଚକ୍ କରୁଛି।

Advertisment

ଏହି ଖବର ପଢ଼ନ୍ତୁ: ଜରାଜୀର୍ଣ୍ଣ ଅବସ୍ଥାରେ ଗୋପୀନାଥଙ୍କ ବାସଗୃହ

ଜୟପୁର- ବିଶାଖାପାଟଣା ଯିବା ରାସ୍ତାରେ ସୁଙ୍କି ଘାଟି ରହିଛି। ତେବେ ଘାଟି ଗୁଡ଼ିକର ପାର୍ଶ୍ବରେ ଉପଯୁକ୍ତ ମରାମତି, ମାଟି ଅତଡା ଓ ପଥର ନ ଧସିବା ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ରାସ୍ତା ପାର୍ଶ୍ବର ଗଛ ବଢ଼ି ଯିବା ଫଳରେ ବୁଲାଣିଗୁଡ଼ିକ ନିକଟରେ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେଉନାହିଁ।

ଜୟପୁର- ବିଶାଖାପାଟଣା ଯିବା ରାସ୍ତାରେ ସୁଙ୍କି ଘାଟି ରହିଛି। ତେବେ ଘାଟି ଗୁଡ଼ିକର ପାର୍ଶ୍ବରେ ଉପଯୁକ୍ତ ମରାମତି, ମାଟି ଅତଡା ଓ ପଥର ନ ଧସିବା ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ରାସ୍ତା ପାର୍ଶ୍ବର ଗଛ ବଢ଼ି ଯିବା ଫଳରେ ବୁଲାଣିଗୁଡ଼ିକ ନିକଟରେ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେଉନାହିଁ। ଏହି ଘାଟିର ମରାମତି, ରକ୍ଷଣାବେକ୍ଷଣ ଠିକଣା ସମୟରେ କରାଯାଉନଥିବାରୁ ଘାଟି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି। ଏହା ଫଳରେ ଛୋଟ ବଡ ଦୁର୍ଘଟଣା ଘଟୁଛି। ମାସରେ ଅଧା ଦିନ ଯାତାୟାତ ସମସ୍ୟା ସହ ବିପର୍ଯ୍ୟସ୍ତ ହୋଇ ପଡୁଛି ଟ୍ରାଫିକ ବ୍ୟବସ୍ଥା। ଜରୁରୀ କାଳୀନ ସେବାଠୁ ଆରମ୍ଭ କରି ଯାତାୟାତ କ୍ଷେତ୍ରରେ ଲୋକ ଭୋଗୁଛନ୍ତି ନାହଁ ନଥିବା ଯନ୍ତ୍ରଣା। ଆଉ ସବୁ ଜାଣି ଚୁପ ବସିଛି ପ୍ରଶାସନ।

ଏହି ଖବର ପଢ଼ନ୍ତୁ: ଇରାନର କଠୋର ହିଜାବ ଆଇନ

ଅନ୍ୟପକ୍ଷରେ ଶହଶହ ସଂଖ୍ୟାରେ ଦୈନିକ ଆନ୍ଧ୍ର, ଛତିଶଗଡରୁ ଓଡ଼ିଶାକୁ ଆସୁଥିବା ମାଲବାହୀ ଟ୍ରକ ଯୋଗୁ ଟ୍ରାଫିକ ସମସ୍ୟା ଦ୍ବି ଗୁଣିତ ହେବାରେ ଲାଗିଛି। ପ୍ରତିଦିନ ମେଡିକାଲ କାମରେ ଯାଉଥିବା ଆମ୍ବୁଲାନ୍ସ ରାସ୍ତା ଅବସ୍ଥା ପାଇଁ ବିଳମ୍ବରେ ପହଞ୍ଚୁଛି। ଏପରିକି ସାମାନ୍ୟ ବର୍ଷା ହେବା ମାତ୍ରକେ ରାସ୍ତାରେ ହୋଇଥିବା ଖାଲଖମାରେ ପାଣି ଜମା ହେବା ସହ ପାହାଡ଼ ପାଣିର ସୁଅ ବି ଚାଳୁଛି। ସୁଅ ଚାଳିବା ସମୟରେ ପାହାଡର ରଂଗ ମାଟି ରାସ୍ତା ଉପରେ ରହି ପରବର୍ତ୍ତ ସମୟରେ କାଦୁଅରେ ପାଲଟି ଛୋଟ ବଡ଼ ଦୁର୍ଘଟଣା ଜାରି ରହିଛି। ପାହାଡ଼ରୁ ଖସୁଥିବା ପାଣି ଉପଯୁକ୍ତ ଭାବେ ନିଷ୍କାସନ୍ ହୋଇ ପାରୁନି।

publive-image

ଏହି ଖବର ପଢ଼ନ୍ତୁ: ମୁମ୍ବାଇ, କୋଚି ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି

ସେଭଳି ରାସ୍ତାର ଅବସ୍ଥା ବି ଖରାପ ହେବା ସହ ବହୁ ସ୍ଥାନରେ ପିଚୁ ପରଳ ପରଳ ହୋଇ ଉଠି ଯାଇଥିବା ଦେଖିବାକୁ ମିଳିଛି। ଏହା ସହ କିଛି ସ୍ଥାନରେ ଛୋଟ ବଡ଼ ଗର୍ତ୍ତ ବି ଦେଖିବାକୁ ମିଳିଛି। ଏହାକୁ ପିଟାଇବାକୁ ଯାଇ ଛୋଟ-ବଡ଼ ଗାଡ଼ି ଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛନ୍ତି। ବହୁ ସମୟରେ ୧୬ରୁ ୨୦ଚକିଆ ଟ୍ରକ୍‌ ଗୁଡ଼ିକ ଘାଟ ଚଢ଼ି ନ ପାରିବା ଫଳରେ ଘାଟ ରାସ୍ତା ମଧ୍ୟରେ ରହି ଯାଉଛନ୍ତି। ଏହା ଫଳରେ ଦୀର୍ଘ ବହୁ ସମୟ ଧରି ଗାଡି ଗୁଡିକ ସେଭଳି ରହିବାକୁ ବାଧ୍ୟ ହେଉଛି। ଖାସ୍ କରି ଏଠାରୁ ଜରୁରୀ ରୋଗୀଙ୍କୁ ବିଶାଖାପାଟଣା ଯାଉଥିବା ରୋଗୀ, ବିଭିନ୍ନ ବିମାନ, ଟ୍ରେନ ଧରି ବାହାର ରାଜ୍ୟ, ବିଦେଶ ଆଦିକୁ ଯାଉଥିବା ଯାତ୍ରୀ ମାନେ ବି ବେଶି ମାତ୍ରାରେ ହଇରାଣ ହରକତ ହେଉଛନ୍ତି।

ଏହି ଖବର ପଢ଼ନ୍ତୁ: ୨୪ ବର୍ଷର  ଅସଦ ସରକାର ଗାଦିତ୍ୟୁତ