କୋରାପୁଟ: ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ସ୍ବର୍ଗତଃ ଗୋପୀନାଥ ମହାନ୍ତି କୋରାପୁଟ ଜିଲ୍ଲାରେ ପ୍ରଶାସକ ଭାବେ କାର୍ଯ୍ୟକରିଥିଲେ। ୧୯୪୫ମସିହାରେ କୋରାପୁଟ ଜିଲ୍ଲାରେ ଜଣେ ପ୍ରଶାସକ ଭାବରେ ସେ କାର୍ଯ୍ୟ କରୁଥିବା ସମୟରେ ସେ ଲେଖିଥିବା କାଳଜୟୀ ‘ପରଜା’ ଧାରାବାହିକ ଜିଲ୍ଲାରେ ବସବାସ କରୁଥିବା କନ୍ଧ ଓ ପରଜା ସମ୍ପ୍ରଦାୟର ଚାଳିଚଳଣୀ ଆଦିକୁ ଲୋକଲୋଚନକୁ ଆଣିଥିଲା। ଏହି ସାହିତ୍ୟ ଜଗତର କିମ୍ବଦନ୍ତୀ ପୁରୁଷ କୋରାପୁଟ ଜିଲ୍ଲା ସଦରମହକୁମାର ବିଏସଏନଏଲ୍ କାର୍ଯ୍ୟାଳୟ ପାର୍ଶ୍ବ ସରକାରୀ ଘରେ ରହି ଆସୁଥିଲେ। କାଳକ୍ରମେ ଏହି ଘରକୁ ବିଏସଏନଏଲ୍ ନିଜର ବ୍ୟବହାର ପାଇଁ ନେଇଥିଲେ। ଗୋଦାମ ଘର କରି ରଖିଥିଲେ।
ଏହି ଖବର ପଢ଼ନ୍ତୁ: ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା
ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଏପରି ମହାନ ବ୍ୟକ୍ତିତ୍ବ ରହି ଆସୁଥିବା ସ୍ଥାନର ସ୍ମୃତି ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଯେଭଳି ଉଦ୍ୟମ ହେବା ଆବଶ୍ୟକ ହୋଇ ପାରିନି। ଅପରପକ୍ଷରେ କୋରାପୁଟ ସାହିତ୍ୟ ପରିବାର ଓ ଇନଟାକ୍ ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ ଉଠିଛି ଦାବି।
କୋରାପୁଟ ଜିଲ୍ଲାରେ ରହଣୀ ସମୟରେ ଆଦିବାସୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ। ଏବଂ ସେମାନଙ୍କ ସମ୍ପର୍କରେ ଶିକ୍ଷା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ବିଶେଷକରି ସେମାନଙ୍କର ଭାଷା ଏବଂ ଜୀବନଶୈଳୀ ବିଷୟରେ। ଏହି ସମୟର ତାଙ୍କର କେତେକ ପ୍ରମୁଖ ସୃଜନଶୀଳ କାର୍ଯ୍ୟ ଆଦିବାସୀ ଜୀବନ ଏବଂ ସମାଜ ସହିତ ଜଡିତ। ଏହା ଆଶ୍ଚର୍ଯ୍ୟଜନକ ଯେ ଗୋପୀନାଥଙ୍କୁ ଅଣତିରିଶ ବର୍ଷ ବୟସରେ ‘ପରଜା’ର ଧାରାବାହିକର ଏକ କାହାଣୀ ସମାପ୍ତ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ଚିଟିଂ ଘାଟିରେ ଦଶା ଭୋଗିଲେ ପିକ୍ଅପ୍ ଯାତ୍ରୀ
ଏହି ଧାରାବାହିକ (ଉପନ୍ୟାସ) କୋରାପୁଟକୁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଅମୃତର ସନ୍ତାନ’ ପାଇଁ ତାଙ୍କୁ ୧୯୫୫ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କୁ ୧୯୭୩ରେ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୧ ମସିହାରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ପ୍ରଦାନ କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ସାହିତ୍ୟିକ ଦୃଶ୍ୟ ଏକ ପ୍ରକାଣ୍ଡ ବ୍ୟକ୍ତି ଭାବରେ ହୋଇଥିଲା ଏବଂ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ଗଦ୍ୟ ଲେଖକ ଭାବରେ ସମ୍ମାନିତ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ
ଆଦିବାସୀ ଭୂମିରେ ଥିବା ଓଡ଼ିଶାର ଦୃଶ୍ୟ, ଜୀବନ ଢାଞ୍ଚା, ସଂସ୍କୃତି ଏବଂ ଐତିହ୍ୟର ସମସ୍ତ ଦିଗ ତାଙ୍କ ଯାଦୁକରୀ ହାତରେ ଜୀବନ୍ତ ହେଲା। ସେ ପ୍ରତ୍ୟେକ ଦୃଷ୍ଟିରୁ ପଥ ଭାଙ୍ଗିଥିଲେ ଏବଂ ଉପନ୍ୟାସ ଏବଂ କ୍ଷୁଦ୍ର ଗଳ୍ପରେ ଗଳ୍ପ-ଶୈଳୀ , ଚରିତ୍ର ଏବଂ ଥିମ୍ ପରିଚାଳନା କରିବାର କୌଶଳ, ଆଦିବାସୀ ଗୋଷ୍ଠୀକୁ ସଂକେତ ଦେବା ଏବଂ ସେମାନଙ୍କର ଲିପିବଦ୍ଧ ଭାଷାରେ ବ୍ୟାକରଣ ସୃଷ୍ଟି କରିବା କିମ୍ବା ଏବଂ ପ୍ରାଚୀନ ଓଡ଼ିଆ ସାହିତ୍ୟର ପିତା ଭାବରେ ପରିଗଣିତ। ଏଭଳି ସାହିତ୍ୟ ଜଗତର କିମ୍ବଦନ୍ତୀଙ୍କ ସ୍ମାରକୀ ବାସଗୃହକୁ ସଂରକ୍ଷଣ କରିବା ଜରୁରୀ। ଏନେଇ ଜିଲ୍ଲାପାଳ ଭି.କୀର୍ତ୍ତିବାସନଙ୍କୁ ଭେଟି କୋରାପୁଟସାହିତ୍ୟ ପରିବାର ଓ ଇନଟାକ ପକ୍ଷରୁ ଦାବି କରାଯାଇଥିଲା। ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି। ପ୍ରତିଶ୍ରୃତି କେବେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଛି।
ଏହି ଖବର ପଢ଼ନ୍ତୁ: ପୂଜାସ୍ଥଳୀ ଆଇନ ସଂପର୍କରେ ଗୁରୁବାର ଶୁଣାଣି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/11/WV78ozPYcuwrsnMgx3nD.jpg)