ମୋହନା: ଶୁଦ୍ଧିକ୍ରିୟା ଭୋଜିକୁ ଯାଉଥିବା ବେଳେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଚିଟିଂ ଘାଟିରେ କେକେସିଂ ଗାଁର ପିକ୍ଅପ୍ ଯାତ୍ରୀମାନେ ଦଶା ଭୋଗିଛନ୍ତି। ଏହି ଯାତ୍ରୀମାନେ ଏକ ମର୍ମନ୍ତୁଦ ଦୁର୍ଘଟଣାର ସାମ୍ନା କରିଛନ୍ତି। ଏକ ଦୁର୍ଘଟଣାର ସାମ୍ନା କରିବା ପରେ ୩ ଜଣ ମହିଳାଙ୍କ ସମେତ ମୋଟ୍ ୪ ଜଣଙ୍କର ମୃତ୍ୟୁ ଘଟିଛିl ମୃତକମାନେ ହେଲେ ବାସନ୍ତୀ ଭୂୟାଁ(୬୫), ରାଧା କୁଡୁମ୍ବା(୫୬) ଚନ୍ଦ୍ରମା ଭୂୟାଁ(୬୬) ଓ ହରିବନ୍ଧୁ ଗମାଙ୍ଗ (୬୦)।
ଏହି ଖବର ପଢ଼ନ୍ତୁ: ଭାରତରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୬୯% ହ୍ରାସ ପାଇଛି
ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ କେକେସିଂ ଗାଁର ୪୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଏକ ପିକ୍ଅପ୍ ଭ୍ୟାନ୍ରେ ବୋଝେଇ ହୋଇଥିଲେ। ସେମାନେ ଏକ ଶୁଦ୍ଧିକ୍ରିୟା ଭୋଜିକୁ ଯାଉଥିବା ବେଳେ ଘାଟି ରାସ୍ତାରେ ଦୁର୍ଘଟଣାର ସାମ୍ନା କରିଥିଲା। ପିକ୍ଅପ୍ ଓଲଟି ଯିବାରୁ ବାସନ୍ତୀ ଭୂୟାଁ ଓ ଚନ୍ଦ୍ରମା ଭୂୟାଁଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩୨ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ୯ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟlପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଧା ଓ ହରିଙ୍କର ମୃତ୍ୟୁ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି ଜୀନ୍ନତ୍
ଶୁଦ୍ଧିକ୍ରିୟା ଭୋଜିକୁ ଯାଉଥିବା କେକେସିଂ ଗାଁର ୪୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଏକ ପିକ୍ଅପ ଭ୍ୟାନ୍ରେ ବୋଝେଇ ହୋଇଥିଲେ। ଘାଟି ରାସ୍ତାରେ ଏହା ଓଲଟି ଯିବାରୁ କେକେସିଂ ଗାଁର ବାସନ୍ତୀ ଭୂୟାଁ, ରାଧା କୁଡୁମ୍ବା ଚନ୍ଦ୍ରମା ଭୂୟାଁ ଓ ହରି ଗମାଙ୍ଗଙ୍କ ମୃତ୍ୟୁ ହୋଇଛି।
ଏହି ଖବର ପଢ଼ନ୍ତୁ: ବାଇକ୍ ଆରୋହୀ ଯୁବକଙ୍କୁ ଚାପିଦେଲା ବରଯାତ୍ରୀ ବସ୍
ରାମଗିରି କେକେସିଂ ଗାଁରୁ ମୋହନା ଥାନା ଘାଇବାଲି ଗାଁକୁ ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେବା ପାଇଁ ସମସ୍ତେ ଏକ ପିକ୍ଅପ୍ ଭ୍ୟାନ୍(ଓଡି ୦୫ ଏଏ ୯୬୭୬)ରେ ଯାଉଥିଲେ। ଚନ୍ଦ୍ରଗିରି ଚିଟିଂ ଘାଟିରେ ଭାରସାମ୍ୟ ହରାଇ ଭ୍ୟାନ୍ଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡ଼ିକାଲକୁ ନେଇଥିଲେ। ତେବେ, ସେଠାରେ ଡାକ୍ତର ବାସନ୍ତୀ ଓ ଚନ୍ଦ୍ରମାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି, ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନିଆଯାଇଥିବା ରାଧା କୁଡୁମ୍ବା ଓ ହରି ଗମାଙ୍ଗଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ରହିଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ ବସନ୍ତ ସେଠୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ