ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ପୁଣି ଅଶାଳୀନ ଆଚରଣ

Advertisment
ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ପୁଣି ଅଶାଳୀନ ଆଚରଣ

ବୁଲନ୍ଦସହର : ବୁଲନ୍ଦସହର ହାଇେଓ୍ଵ ଗଣଦୁଷ୍କର୍ମ ପୀଡ଼ିତା ସହିତ ପୁଣି ଥରେ ଛେଡଛାଡ ଓ ଅଭଦ୍ର ଆଚରଣର ଶିକାର ହୋଇଥିବାର ଅଭିଯୋଗ ଆସିଛି। କୁହାଯାଇଛି ଯେ ଗାଜିଆବାଦ୍‌ର ଖୋଡ଼ା ଅଞ୍ଚଳର ତିନିଜଣ ଯୁବକ ପୀଡ଼ିତାଙ୍କର ସ୍କୁଟି ସାମ୍ନାକୁ ଆସି ତାଙ୍କୁ ରୋକିଲେ ଓ ଅଭଦ୍ର ଆଚରଣ କରିଥିଲେ।
ସୂଚନା ଅନୁଯାୟୀ ପୀଡିତା ତା’ର ବାନ୍ଧବୀ ସହିତ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଟିଉସନ୍‌ରୁ ଫେରୁଥିଲା। ସେତିକିବେଳେ ବାଇକ୍‌ରେ ତିନିଜଣ ଯୁବକ ତାଙ୍କୁ ଓଭରଟେକ୍‌ କରି ସ୍କୁଟିକୁ ରୋକିଲେ ଓ ପୀଡିତାଙ୍କ ସହ ଅଭଦ୍ର କଥାବାର୍ତ୍ତା ହୋଇଥିଲେ। ଏହାର ବିରୋଧ କରି ପୀଡ଼ିତା ଯେତେବେଳେ ନିଜର ମୋବାଇଲ୍‌ ଫୋନ୍‌ରେ ପୁଲିସକୁ ସୂଚନା ଦେବାକୁ ପ୍ରୟାସ କରିଥିଲେ,ସେତେବେଳେ ଅସାମାଜିକ ଯୁବକମାନେ ପୀଡିତାଙ୍କ ହାତରୁ ମୋବାଇଲ ଫୋନ୍‌ ଓ ସ୍କୁଟିର ଚାବି ଛଡ଼ାଇ ନେଇଥିଲେ। ସେଠାରେ ଠିଆ ହୋଇଥିିବା ଲୋକେ ବିରୋଧ କରିବା ପରିବର୍ତ୍ତେ ମଜା ଦେଖୁଥିଲେ। ହେଲେ କିଛି ସମୟରେ ତିନି ଜଣ ମହିଳା ସେଠାକୁ ଆସି ପାଟିତୁଣ୍ଡ କରିବା ପରେ ଅଭିଯୁକ୍ତମାନେ ସ୍କୁଟିର ଚାବି ଓ ମୋବାଇଲ୍‌ ଫୋନ୍‌ ଛାଡି ପଳାଇ ଥିଲେ।

ଏସଏସପି ଉପେନ୍ଦ୍ର ଅଗ୍ରଓ୍ଵାଲଙ୍କ ସୂଚନା ଅନୁଯାୟୀ ଖୋଡା ନିବାସୀ ରବି ସୈନୀ,ଆଶୁ ଭାଟି ସମେତ ଜଣେ ଅଜଣା ଲୋକ ନାଆଁରେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ଦୁଇ ଦିନ ପରେ ବି ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe