ଗିରଫ ହେଲା ଟାଇଗର

Advertisment
୩୦ ଲକ୍ଷ ଟଙ୍କା ଚୋରି କରିଥିବା ଯୁବକ ଗିରଫ

ଭୁବନେଶ୍ୱର : ବାକିରେ ଜିନିଷ ନ ଦେବାରୁ ନୂଆପଲ୍ଲୀ ନୀଳଚକ୍ରନଗରରେ ଦୋକାନ କରିଥିବା ଜନୈକା ମହିଳା ଆକ୍ରମଣର ଶିକାର ହୋଇଥିଲେ। ଏନେଇ ମହିଳା ଜଣକ ନୂଆପଲ୍ଲୀ ଥାନାରେ ଗତକାଲି ଅଭିଯୋଗ କରିଥିଲେ। ପୁଲିସ ଆକ୍ରମଣକାରୀ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଯୁବକଙ୍କ ନାମ ରବି ପାତ୍ର ଓରଫ୍‌ ଟାଇଗର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନୀଳଚକ୍ର ନଗରରେ ସଜନୀ ମୁର୍ମୁ ନାମକ ଜଣେ ମହିଳା ଦୋକାନ କରିଛନ୍ତି। ଗତକାଲି ଟାଇଗର ଦୋକାନରେ ପହଞ୍ଚି ବାକିରେ ସଉଦା ମାଗିଥିଲେ। ମାତ୍ର ସଜନୀ ଏଥିରେ ରାଜି ହୋଇନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଟାଇଗର ଦୋକାନ ଭିତରେ ପଶି ସଜନୀଙ୍କୁ ଆକ୍ରମଣ କରିଥିଲେ। ସଜନୀ ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ଟାଇଗରକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟାଇଗକକୁ ଥାନାକୁ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe