ଗୁଳିଚୋଟରେ ଟିକ୍‌ଟକ୍‌ ସେଲିବ୍ରିଟି ମୋହିତ ମୋର୍‌ ନିହତ

Advertisment
ଗୁଳିଚୋଟରେ ଟିକ୍‌ଟକ୍‌ ସେଲିବ୍ରିଟି ମୋହିତ ମୋର୍‌ ନିହତ

Image Source: Hindustan Times

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଆପ୍‌ ଟିକ୍‌ଟକ୍‌ରେ ସକ୍ରିୟ ଥିବା ଜଣେ ୨୭ ବର୍ଷିୟ ଜିମ୍‌ ଟ୍ରେନର୍‌ଙ୍କୁ ମଙ୍ଗଳବାର ସନ୍ଧ୍ୟା ବେଳେ ଦିଲ୍ଲୀ ଉପନଗରୀର ନଜଫଗଡ଼ର ଗୋଟାଏ ଦୋକାନରେ ତିନି ଜଣ ବ୍ୟକ୍ତି ଗୁଳି ମାରି ହତ୍ୟା କରିଛନ୍ତି।

ମୃତବ୍ୟକ୍ତିଜଣକ ମୋହିତ ମୋର। ତାଙ୍କର ଟିକ୍‌ଟକ୍‌ରେ ୫. ୧୭ ଲକ୍ଷ ଫଲୋଅର୍ସ ଥିଲେ। ତାଙ୍କ ଘର ହରିୟାଣାର ବଦାଉଗଡ଼। କିନ୍ତୁ ସେ ସବୁବେଳେ ନଜାଫଗଡ଼ସ୍ଥିତ ତାଙ୍କ ଘରେ ରହୁଥିଲେ।

ରବିବାର ଦିନ ଦ୍ୱାରକା ମୋଡ୍‌ରେ ଗ୍ୟାଙ୍ଗ୍‌ଓ୍ଵାର୍‌ ହୋଇ ଦୁଇ ଅପରାଧୀ ଗୁଳି ଚୋଟରେ ମରିଥିଲେ। ଏହି ଗ୍ୟାଙ୍ଗ୍‌ଓ୍ଵାର୍‌ ସହ ମୋହିତ ସମ୍ପୃକ୍ତ କି, ନାହିଁ ଦଦନ୍ତ ଚାଲିଛି, କିନ୍ତୁ ତାଙ୍କ ସମ୍ପୃକ୍ତିର କୌଣସି ସୁରାକ ମିଳିନାହିଁ।

ପୁଲିସ କମିସନର ଆଣ୍ଟୋ ଆଲ୍‌ଫୋନ୍‌ସ୍‌ କହନ୍ତି: ମୋର୍‌ଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ।

ନିକଟ ଅତୀତରେ ଅନେକ ଲୋକଙ୍କ ସହ ମୋର୍‌ କଥା ହୋଇଥିବା ତାଙ୍କ ମୋବାଇଲ୍‌ ଫୋନ୍‌ରୁ ଜଣାପଡୁଛି। ତାଙ୍କର କୌଣସି ବନ୍ଧୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ କି, ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ମୋର୍‌ ଗୋଟାଏ ଜେରକ୍ସ୍‍ ଦୋକାନରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ତାଙ୍କ ଦେହରେ ୭ଟି ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ସେ ମରିଯାଇଥିଲେ।

ପୁଲିସ ସନ୍ଦିଗ୍ଧମାନଙ୍କର ସିସିଟିଭି ଫୁଟେଜ ସଂଗ୍ରହ କରିଛି। କେତେକ ଫୁଟେଜ୍‌ରେ ଦିଶୁଛି ହତ୍ୟାକାଣ୍ଡ ପରେ ତିନି ଜଣ ଲୋକ ରାସ୍ତାରେ ଦୌଡୁଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହେଲ୍‌ମେଟ୍‌ ପିନ୍ଧିଛନ୍ତି ଅନ୍ୟ ଜଣଙ୍କ ମୁହଁ ଖୋଲା ଅଛି। ସେଥିରୁ ପୁଲିସ ଆତତାୟୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe