ଭାଇରାଲ ହେଲା ଶିକ୍ଷକ-ଛାତ୍ରୀଙ୍କ ଅଶ୍ଳୀଳ ଟିକ୍‌ଟକ୍‌ ଭିଡିଓ, ଦୁହିଁକୁ କରିବାକୁ ପଡ଼ିଲା ବିବାହ

ଭାଇରାଲ ହେଲା ଶିକ୍ଷକ-ଛାତ୍ରୀଙ୍କ ଅଶ୍ଳୀଳ ଟିକ୍‌ଟକ୍‌ ଭିଡିଓ, ଦୁହିଁକୁ କରିବାକୁ ପଡ଼ିଲା ବିବାହ

News Desk

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନର ହରିପୁରରେ ଜଣେ କଲେଜ ଶିକ୍ଷକ ଓ ଛାତ୍ରୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଟିକ୍‌ଟକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଶିକ୍ଷକ ଓ ଛାତ୍ରୀଙ୍କ ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହା ଅଶ୍ଳୀଳ ଓ ସାମାଜିକ ମାନଦଣ୍ଡ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି।

କଲେଜ ଶିକ୍ଷକ ଓ ଛାତ୍ରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି କଲେଜ କର୍ତ୍ତୃପକ୍ଷ ଗର୍ଭମେଣ୍ଟ ପୋଷ୍ଟଗ୍ରାଜୁଏଟ କଲେଜରେ ପାଠପଢ଼ାଉଥିବା ୩୮ବର୍ଷର ଇଂରାଜୀ ଶିକ୍ଷକ ଓ ୨୪ବର୍ଷୀୟ ଛାତ୍ରୀଙ୍କୁ ବାହାର କରି ଦେଇଥିଲେ। କଲେଜରୁ ବାହାରିବାର ଗୋଟିଏ ସପ୍ତାହ ମଧ୍ୟରେ ଦୁହିଁଙ୍କୁ କୋର୍ଟରେ ବିବାହ କରିବାକୁ ପଡ଼ିଥିଲା। ଏହି ଅଶ୍ଳୀଳ ଭିଡିଓକୁ ନେଇ ଶିକ୍ଷକ ଓ ଛାତ୍ରୀଙ୍କ କହିବାନୁସାରେ, ଏହି ଭିଡିଓକୁ ଅନ୍‌ଲାଇନ୍‌ ପୋଷ୍ଟ କରାଯାଇନାହିଁ। କେହି ଜଣେ ମାନସିକ ଦୁର୍ବଳ ଥିବା ବ୍ୟକ୍ତି ତାଙ୍କ ଫୋନ୍‌ ହ୍ୟାକ୍‌ କରି ଏଭଳି କାମ କରିଛି।

Image result for tiktok-video-of-teacher-student-goes-viral-on-social-media The New York Times

ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଙ୍କୁ କଲେଜରୁ ବାହାର କରାଯାଇଥିଲେ ହେଁ ତାଙ୍କର ମାଇଗ୍ରେସନ୍‌ ସାର୍ଟିଫିକେଟ ଦିଆଯାଇ ନଥିଲା। ଫଳରେ ତାଙ୍କର ଅନ୍ୟ କଲେଜରେ ବି ଭର୍ତ୍ତି ହୋଇପାରୁନାହିଁ। ଯାହାକୁ ନେଇ ଛାତ୍ରୀଙ୍କ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି ଘଟଣାକୁ ନେଇ ଛାତ୍ରୀ କହନ୍ତି, କଲେଜ ପ୍ରଶାସନ ଦ୍ୱାରା ପ୍ରଚାର କରାଯାଉଥିବା ଏହି ଅନାବଶ୍ୟକ ବିବାଦ ହେତୁ ପାଠପଢ଼ା ପ୍ରଭାବିତ ହୋଇଛି। ଏହି କ୍ଲିପ୍‌ର ବ୍ୟବହାର କେବଳ ମୋତେ କଲେଜରୁ ବାହାର କରିବା ପାଇଁ କରାଯାଇଛି। ଏହି ଭିଡିଓ କ୍ଲିପ୍‌ ମୋର ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଥିଲା। ଏହା କଲେଜର ଅନୁଶାସନ କୋଡର କୌଣସି ଭାବେ ଉଲ୍ଲଂଘନ ହୋଇନାହିଁ।

Image result for tiktok-video-of-teacher-student-goes-viral-on-social-media Forbes

ଇଂରାଜୀ ଶିକ୍ଷକ ପ୍ରଥମରୁ ବିବାହିତ । ତାଙ୍କର ତିନିଟି ସନ୍ତାନ ଅଛନ୍ତି। ଏହା ସତ୍ତ୍ୱେ ବି ସେ କଲେଜର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ଦିନ ହେବ ସମ୍ପର୍କ ଥିଲା। କେବଳ ଶିକ୍ଷକ ଓ ଛାତ୍ରୀଙ୍କ ପରିବାରଲୋକଙ୍କ ସହମତିର ଦୁହିଁଙ୍କୁ ଅପେକ୍ଷା ରହିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe