ମଦ ପାଇଁ ଅର୍ଥ ନ ଯୋଗାଇ ପାରି ମଦ୍ୟପ ପୁଅକୁ ଜିଅନ୍ତା ପୋଡ଼ି ପକାଇଲେ ବାପାମାଆ

ନାଇଜେରିଆ : ପାଣି ଭାବି ଭକ୍ତଙ୍କ ଉପରେ ପେଟ୍ରୋଲ ଛିଞ୍ଚିଦେଲେ ପାଦ୍ରୀ, ନିଆଁ ଲାଗି ଦୁହେଁ ଜୀବନ୍ତ ଦଗ୍ଧ

Image Source: India Today

ହାଇଦ୍ରାବାଦ: ମଙ୍ଗଳବାର ରାତିରେ ତେଲେଙ୍ଗାନାର ଓ୍ଵାରାଙ୍ଗଲ ଗ୍ରାମୀଣ ଜିଲ୍ଲାରେ ଦମ୍ପତିଟିଏ ସେମାନଙ୍କର ମଦ୍ୟପ ପୁଅକୁ ଜିଅନ୍ତା ପୋଡ଼ି ପକାଇଥିବା କଥା ପୁଲିସ କହିଛି।

ମଦ୍ୟପାନ ଅଭ୍ୟାସ ଏବଂ ଅର୍ଥ ପାଇଁ ଜୁଲମ୍‌ କାରଣରୁ କେ. ପ୍ରଭାକର ଏବଂ ବିମଳା ୪୨ ବର୍ଷିୟ ପୁଅ କେ. ମହେଶ ଚନ୍ଦ୍ରକୁ ବାନ୍ଧି ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ।

ମଙ୍ଗଳବାର ରାତିରେ ଘଟଣାଟି ଘଟିଛି ହାଇଦ୍ରାବାଦ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଓ୍ଵାରାଙ୍ଗଲ ଗ୍ରାମୀଣ ଜିଲ୍ଲା ଅନ୍ତର୍ଗତ ମୁସ୍ଥାୟାପଲ୍ଲୀ ଗ୍ରାମରେ।

publive-image Image Source: Justdial

ପୁଲିସ କହିବା ଅନୁସାରେ, ମହେଶ ଅଭ୍ୟାସଗତ ମଦୁଆ। ତା’ର ଦୌରାତ୍ମ୍ୟ ସହି ନ ପାରି ତା’ ପତ୍ନୀ ଦୁଇ ମାସ ତଳୁ ବାପଘରକୁ ଚାଲିଯାଇଥିଲେ। ସେବେ ଠାରୁ ସେ ଟଙ୍କାପଇସା ଲାଗି ବାପାମାଆଙ୍କୁ ହଇରାଣ କରୁଥିଲା। ସେମାନଙ୍କୁ ମାରଧର କରୁଥିବା କଥା ମଧ୍ୟ ଗ୍ରାମବାସୀମାନେ କହିଛନ୍ତି।
ଓ୍ଵାରାଙ୍ଗଲ ଏଗ୍ରିକଲ୍ଚର୍‌ ମାର୍କେଟରେ କିରାନି ଭାବେ କାମ କରୁଥିବା ଗୋଟିଏ ପୁଅ ଓ ଗୋଟିଏ ଝିଅର ବାପା ମହେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଡାମେରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ବ୍ୟବଚ୍ଛେଦ ନିମନ୍ତେ ଶବ ନେଇ ଆସିଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ପୁଲିସ ମହେଶଙ୍କର ବାପା ଓ ମାଆଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe