୨୫ ଦିନର ଝିଅ କାନ୍ଦିବାରୁ ଚିଡ଼ି ଯାଇ ଅଳିଆଗଦାକୁ ଫିଙ୍ଗିଦେଲେ ମାଆ

Advertisment
୨୫ ଦିନର ଝିଅ କାନ୍ଦିବାରୁ ଚିଡ଼ି ଯାଇ ଅଳିଆଗଦାକୁ ଫିଙ୍ଗିଦେଲେ ମାଆ

Image Courtesy of India Today

ନୂଆଦିଲ୍ଲୀ: ୨୫ ଦିନର ଝିଅଟି ରାହା ଧରି କାନ୍ଦିବାରୁ ତା’ର ଯୁବତୀ ମା ଚିଡ଼ି ଯାଇ ତାକୁ ଅଳିଆ ଗଦାରେ ଫିଙ୍ଗି ଦେଇଛନ୍ତି ବୋଲି ପୁଲିସ ଶନିବାର ଦିନ କହିଛି।

ଦିଲ୍ଲୀର ପୂର୍ବ ଓ୍ଵିନ୍ଦୋପୁରରେ ବାସ କରୁଥିବା ଅଭିଯୁକ୍ତା ନେହାଙ୍କୁ ଏଥିପାଇଁ ଗିରଫ କରାଯାଇଛି। ନେହା ଝିଅଟିକୁ ଅଳିଆ ଗଦାକୁ ଫିଙ୍ଗି ଦେବା ପରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମରିଯାଇଥିଲା।

ନେହ ସ୍ୱୀକାର କରିଥିଲେ କି, ଝିଅଟିର ତତ୍ତ୍ୱ ନେଇ ନେଇ ସେ ବିରକ୍ତି ଏବଂ ହତାଶ ହୋଇ ଯାଇଥିବାରୁ ତାକୁ ଆବର୍ଜନା ଗଦାକୁ ଫିଙ୍ଗି ଦେଇଥିଲେ। ଶନିବାର ଦିନ ନୂଆଦିଲ୍ଲୀର ଜିଟିବି ହସ୍‌ପିଟାଲ୍‌ରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା।

ଶୁକ୍ରବାର ଦିନ ପିଲାଟିକୁ ଅପହଣ କରାଯାଇଛି ବୋଲି ଥାନାରେ ଅଭିଯୋଗ କରାଯାଇଥିଲା। ପିଲାଟିକୁ ଖୋଜାଖୋଜି କରିବାବେଳେ ନେହା ମୁଖ୍ୟ ଅଭିଯୁକ୍ତା ବୋଲି ସନ୍ଦେହ ହୋଇଥିଲା। ସେ ଝିଅକୁ ଅଳିଆ ଗଦାକୁ ଫିଙ୍ଗିବା ଦେଖିଥିବା କେହି ଜଣେ ସାକ୍ଷୀ ଦେବାରୁ ତାହା ସତ ବୋଲି ଜଣାପଡ଼ିଲା।

ପଚରା ଉଚୁରା ପରେ ଅଭିଯୁକ୍ତା ଝିଅଟିକୁ କେଉଁଠି ଫିଙ୍ଗିଥିଲେ ବୋଲି କହିଥିଲେ। ପୁଲିସ ଘଟନାସ୍ଥଳରେ ପହଞ୍ଚି ଝିଅଟିକୁ ଜୀବନ୍ତ ଉଦ୍ଧାର କରିବା ସହ ଏଲ୍‌ବିଏସ୍‌ ହସ୍‌ପିଟାଲ୍‌କୁ ନେଇଥିଲେ। କିନ୍ତୁ, ଖପୁରି ଫାଟି ଯାଇଥିବାରୁ ତାକୁ ଜିଟିବି ହସ୍‌ପିଟାଲ୍‌କୁ ନିଆ ଯାଇଥିଲା ଓ ସେଠାରେ ତା’ର ମୃତ୍ୟୁ ହୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe