ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ବନାଇଲେ ଦୁଷ୍କର୍ମକାରୀ, ସୁନାଚେନ ଓ ନଗଦ ଟଙ୍କା ଲୁଟି ନେଲେ

ନାବାଳିକା ସହ ଦୁଷ୍କର୍ମ କରି ସୋସିଆଲ ମିଡିଆରେ ଭିଡିଓ ଛାଡ଼ିଲା ଦିଅର, ଭାଉଜ ବନିଥିଲେ ମାଷ୍ଟରମାଇଣ୍ଡ !

ଚେନ୍ନାଇ: ଚେନ୍ନାଇରେ ବସବାସ କରୁଥିବା ଜଣେ ୨୩ବର୍ଷୀୟ ଟଲିଉଡ୍‌ ଅଭିନେତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ବୁଧବାର ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି।

ଅଭିନେତ୍ରୀ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ଜଣେ ସିନେ-ନିର୍ଦ୍ଦେଶକ ତାଙ୍କୁ ରୋଲ୍‌ ଦେବାକୁ କହିଥିଲେ। ଏଥିପାଇଁ ସେ ମୋର ଅଡିସନ୍‌ ନେବା ପାଇଁ କୁନ୍ଦରାଥୁର ଘରକୁ ଡାକିଥିଲେ। ଯେତେବେଳେ ମୁଁ ସେହି ଘରେ ପହଞ୍ଚିଥିଲି, ପୂର୍ବରୁ ସେଠାରେ ଥିବା ତିନିଜଣ ଯୁବକ ମୋତେ ବାନ୍ଧି ଦେଇଥିଲେ। ଏହାପରେ ଜଣକ ପରେ ଜଣେ ଆସି ମୋ ସହିିତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟକୁ ନିଜନିଜ ମୋବାଇଲ କ୍ୟାମେରା କୈଦ୍‌ କରି ନେଇଥିଲେ। ଏହାପରେ ସେ ମୋତେ ଧମକ ଦେଇଥଲେ କି ଯଦି ଏହି ଘଟଣା ବିଷୟରେ କାହାକୁ କିଛି କହନ୍ତି, ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେବେ। କେବଳ ଏତିକି ନୁହେଁ ଦୁଷ୍କର୍ମ କରିବା ପରେ ମୋ ବେକରୁ ସୁନା ଚେନ୍‌ ଓ ୩ହଜାର ନଗଦ ଟଙ୍କା ଆଦି ଲୁଟି ନେଇଥିଲେ। ସୁନା ଚେନ୍‌ର ମୂଲ୍ୟ ୧.୨ଲକ୍ଷ ପାଖାପାଖି ହେବ।

publive-image

ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ତିନିଜଣ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରି ଦେଇଛି। ଏହି ଘଟଣା ନେଇ ସିନେମା ନିର୍ମାତାଙ୍କ କୌଣସି ସମ୍ପର୍କ ଅଛି କି ନାହିଁ ସେଦିଗରେ ବି ଯାଞ୍ଚ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe