ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ପେଟରେ ଡାକ୍ତର ଛାଡ଼ି ଦେଇଥିଲେ ତଉଲିଆ, ନଷ୍ଟ ହୋଇଗଲା ଗର୍ଭାଶୟ

Advertisment
ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ପେଟରେ ଡାକ୍ତର ଛାଡ଼ି ଦେଇଥିଲେ ତଉଲିଆ, ନଷ୍ଟ ହୋଇଗଲା ଗର୍ଭାଶୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେବରିଆର ଏକ ଘରୋଇ ହସ୍ପିଟାଲରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି କି ଜଣେ ଅନ୍ତସତ୍ତ୍ବା ମହିଳାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ସନ୍ତାନ ପ୍ରସବ ହୋଇଥିଲା। ଅସ୍ତ୍ରୋପଚାର ସମୟରେ ତାଙ୍କ ପେଟ ଭିତରେ ଏକ ତଉଲିଆ ଛାଡ଼ି ସିଲେଇ କରି ଦିଆଯାଇଥିଲା। ଫଳରେ କିଛି ଦିନ ପରେ ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। କେବଳ ଏତିକି ନୁହେଁ, ତିନିମାସ ଧରି ମହିଳାଙ୍କ ଚିକିତ୍ସା କରିବା ପରେ ବି ଯନ୍ତ୍ରଣା ନ କମିବାରୁ ହାର୍ନିଆ ହୋଇଥିବା କହି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା।

ଏଭଳି ଏକ ଘଟଣା ଦେବରିୟାର ଏକ ଘରୋଇ ହସ୍ପିଟାଲରେ ଘଟିଛି। ଜଣେ ଅନ୍ତସତ୍ତ୍ବା ମହିଳାଙ୍କ ଅଗଷ୍ଟ ମାସରେ ପ୍ରସବ ହେବାର ଥିଲା। ୧୨ଅଗଷ୍ଟରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ଅସ୍ତ୍ରୋପଚାର ଦ୍ବାରା ଡାକ୍ତର ମହିଳାଙ୍କ ସନ୍ତାନ ପ୍ରସବ କରାଇଥିଲେ।

ऑपरेशन के दौरान महिला के पेट में छोड़ दी तौलिया

ଏହି ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ଯନ୍ତ୍ରଣା ଲାଗି ରହିବା ସହିତ ବାନ୍ତି ବି ହେଉଥିଲା। ଏନିମିୟା ରୋଗ କହି ନଭେମ୍ବର ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରଖାଯାଇଥିଲା। ଶେଷରେ ହାର୍ନିଆ କହି ଗୋରଖପୁର ସ୍ଥାନାନ୍ତର କରି ଦିଆଯାଇଥିଲା।  ସେ ଗୋରଖପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫେବ୍ରୁଆରି ୨ ତାରିଖରେ ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଅସ୍ତ୍ରୋପଚାର କରିଥିଲେ। ମହିଳାଙ୍କ ପେଟ ଭିତର ଅବସ୍ଥା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ପେଟ ଭିତରୁ ତଉଲିଆ ବାହାରିଥିଲା। ଏତେଦିନ ଧରି ପେଟ ଭିତରେ ତଉଲିଆ ଥିବାରୁ ସଂକ୍ରମଣ ହୋଇଯାଇଥିଲା। ମହିଳାଙ୍କ ଗର୍ଭାଶୟ ପଚି ଯାଇଥିଲା। ଫଳରେ ତାହାକୁ ବାହାର କରିବାକୁ ପଡ଼ିଥିଲା। ଏବେ ବି ମହିଳାଙ୍କ ଅବସ୍ଥା ଗମ୍ଭୀର ରହିଛି।

ଏହି ପୂରା ଘଟଣା ସାମ୍ନାକୁ ଆସିବା ପରେ ସିଏମଓ ଆଲୋକ ପାଣ୍ଡ୍ୟା ଯାଞ୍ଚ ଆଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe