ନରହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଚିହ୍ନଟ କରୁଛି ମହାରାଷ୍ଟ୍ରର ସନ୍ଧାନୀ କୁକୁର ‘ଅସ୍କାର୍‌’

Advertisment
ନରହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଚିହ୍ନଟ କରୁଛି ମହାରାଷ୍ଟ୍ରର ସନ୍ଧାନୀ କୁକୁର ‘ଅସ୍କାର୍‌’

Image Courtesy of The Times of India

ନୱି ମୁମ୍ବାଇ: ‘ରାଇଗଢ଼ ବମ୍‌ ଡିଟେକ୍ସନ୍‌ ଆଣ୍ଡ୍‌ ଡଗ୍‌ ସ୍କ୍ବାଡ୍‌’ର ଅସ୍କାର ନାମକ ଡୋବର୍‌ମ୍ୟାନ୍‌ ପ୍ରଜାତିର ସନ୍ଧାନୀ ଶ୍ବାନ ମହାଡ଼ ତାଲୁକ ପୁଲିସକୁ ଦୁଷ୍କର୍ମ ଏବଂ ନରହତ୍ୟାରେ ସମ୍ପୃକ୍ତ ଥିବା ବହୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରୁଛି।

କିଛି ଦିନ ପୂର୍ବେ ରାଇଗଢ଼ ଜିଲ୍ଲା ଅନ୍ତର୍ଗତ ଜଣେ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରିବାରେ ‘ଅସ୍କାର’ ସହାୟକ ହୋଇଥିଲା। ହତ୍ୟାକାଣ୍ଡରେ ହତ୍ୟାକାରୀ ବ୍ୟବହାର କରୁଥିବା କାଠଫାଳିଆକୁ ଶୁଙ୍ଘି ସେ ଯାଇ ଗୋରୁଗୁହାଳରେ ଆତ୍ମଗୋପନ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିଥିଲେ।

‘ରାଇଗଢ଼ ବମ୍‌ ଡିଟେକ୍ସନ୍‌ ଆଣ୍ଡ୍‌ ଡଗ୍‌ ସ୍କ୍ବାଡ୍‌’ର କନେଷ୍ଟବଳ ଦର୍ଶନ ସାୱନ୍ତ କହନ୍ତି, ଅଭିଯୁକ୍ତ ବ୍ୟବହାର କରିଥିବା କାଠଫାଳିଆକୁ ‘ଅସ୍କାର’କୁ ଶୁଙ୍ଘାଇ ଦେବା ପରେ ସେ ଯାଇ ‌ଗୋରୁ ଗୁହାଳରେ ପଶିବା ସହ ଆମକୁ ସନ୍ଦିଗ୍ଧ ଆତତାୟୀକୁ ଚିହ୍ନଟ କରିବାରେ ସହାୟତା କଲା।

publive-image Image Courtesy of Facebook

ସାୱନ୍ତ ଆହୁରି ମଧ୍ୟ କହିଛନ୍ତି, ଏବେ ‘ଅସ୍କାର୍‌’କୁ ୩ ବର୍ଷ। ୭ ମାସରେ ହୋଇଥିବା ବେଳେ ତାକୁ ‘ରାଇଗଢ଼ ବମ୍‌ ଡିଟେକ୍ସନ୍‌ ଆଣ୍ଡ୍‌ ଡଗ୍‌ ସ୍କ୍ବାଡ୍‌’କୁ ଅଣାଯାଇଥିଲା। ଅପରାଧ ତଦନ୍ତ ପାଇଁ ସନ୍ଧାନୀ ଶ୍ବାନ ଭାବେ ତାକୁ ପୁଣେରେ ୯ ମାସ ତାଲିମ ଦିଆଯାଇଥିଲା।

ଗତ ଫେବ୍ରୁଆରି ମାସରେ ୱାଡ଼ଖାଲ ଥାନା ଅଞ୍ଚଳରେ ହୋଇଥିବା ନରହତ୍ୟା ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ମଧ୍ୟ ‘ଅସ୍କାର୍‌’ ସାହାଯ୍ୟ କରିଥିଲା। ହତ୍ୟାରେ ବ୍ୟବହୃତ ‌ଅସ୍ତ୍ର ଦାଆକୁ ଶୁଙ୍ଘି ବିଲରେ ପହଞ୍ଚି ପଲାରେ ଥିବା ବ୍ୟକ୍ତିଙ୍କୁ ଭୁକାଭୁକି କରିଥିଲା। ସେ ବ୍ୟକ୍ତି ହିଁ ଥିଲେ ହତ୍ୟାକାରୀ। ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା।

ମହାଡ଼ ତାଲୁକ ପୁଲିସ ଇନ୍‌ସ୍‌ପେକ୍ଟର୍‌ ପ୍ରଦୀପ ଦେଶମୁଖ କହନ୍ତି, ଆତତାୟୀ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡ଼ିବାରୁ ସେ ଦୁଷ୍କର୍ମ କରିଥିବା ସନ୍ଦେହ ହୋଇଥିଲା। ଏବଂ ତାହା ‘ଜେ. ଜେ. ହସ୍ପିଟାଲ୍‌’ର ‘ଆଡ୍‌ଭାନ୍‌ସ୍‌ଡ୍‌ ପୋଷ୍ଟ୍‌ ମର୍ଟମ୍‌ ରିପୋର୍ଟ’ରୁ ଜଣାପଡ଼ିଥିଲା। ତେଣୁ, ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଓ ନରହତ୍ୟା ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe