ଧଉଳି: ଟ୍ରାକ୍ଟର ଚୋରି ମାମଲାରେ ଧଉଳି ଥାନା ପୁଲିସ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲା କୋରଡ଼କଣା ଗ୍ରାମର ଅନୀଲ ପ୍ରଧାନ(୨୩), ଖୋର୍ଧା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର ବ୍ରହ୍ମାନନ୍ଦ ସାହୁ(୩୯), ମଲ୍ଲୀପୁର ଗ୍ରାମର କାଶୀନାଥ ସାହୁ(୪୨), କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର ମନୋଜ ଦାସ(୩୫)। ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଚୋରା ଟ୍ରାକ୍ଟର ଜବତ କରିଛି। କୋର୍ଟରେ ଜାମିନ୍ ନାମଂଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ପୁଲିସ କନେଷ୍ଟବଳ ଏବେ ବି ଫେରାର୍ ଅଛି। ଉଲ୍ଲେଖଯୋଗ୍ୟ, ମାସିକିଆ ଭଡ଼ା ହିସାବରେ ନେଇ ଏମାନେ ଟ୍ରାକ୍ଟର ଚୋରି କରି ନେଇଥିଲେ। ଏ ସଂପର୍କରେ ଟ୍ରାକ୍ଟର୍ ମାଲିକ ନିଆଳି ଥାନା ଅଧୀନ ଲୁଣିଗାଁର ସନାତନ ସିଠ ଗତ ୧୨ ତାରିଖରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଗ୍ରହଣ କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତକାଲି ସେମାନଙ୍କୁ ଖୋର୍ଧା ଥାନା ଅଧୀନ ହଳଦିଆ ଅଞ୍ଚଳରୁ ଗିରଫ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us