୯କୋଟି ଟଙ୍କା ରୋଜଗାର କରୁଥିବା ବ୍ୟାଙ୍କ ଅଧିକାରୀଙ୍କୁ ସ୍ୟାଣ୍ଡଉଇଚ୍ ଚୋରି କରିବା ମହଙ୍ଗା ପଡ଼ିଲା, ଚାଲିଗଲା ଚାକିରି...

୯କୋଟି ଟଙ୍କା ରୋଜଗାର କରୁଥିବା ବ୍ୟାଙ୍କ ଅଧିକାରୀଙ୍କୁ ସ୍ୟାଣ୍ଡଉଇଚ୍ ଚୋରି କରିବା ମହଙ୍ଗା ପଡ଼ିଲା, ଚାଲିଗଲା ଚାକିରି...

Metro

ନୂଆଦିଲ୍ଲୀ: ସମୟ ସମୟରେ ଲୋଭ ମଣିଷକୁ ଏଭଳି ସ୍ଥାନରେ ନେଇ ପହଞ୍ଚାଇ ଦେଇଥାଏ, ଯେଉଁଥିପାଇଁ ଅନେକ ସମୟରେ ଅପମାନିତ ହେବାକୁ ପଡ଼ିଥାଏ। ତେବେ ଆପଣ ଅନେକ ସମୟରେ କୌଣସି ଗରିବ କିମ୍ବା ଲୋଭୀ ବ୍ୟକ୍ତି ଖାଦ୍ୟ ଚୋରି କରିଥିବାର ଘଟଣା ଶୁଣିଥିବେ। କିନ୍ତୁ କେବେ ୯କୋଟି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଖାଦ୍ୟ ଚୋରି କରିଥିବା ଘଟଣା ଶୁଣିଛନ୍ତି କି?

ଆଜ୍ଞା ହିଁ ନିକଟରେ ଏମିତି ଏକ ଘଟଣା ଘଟିଛି। ଜଣେ ବଡ଼ ବ୍ୟାଙ୍କ ଅଧିକାରୀଙ୍କୁ ଷ୍ଟାଫ୍‌ କ୍ୟାନ୍‌ଟିନ୍‌ରୁ ସ୍ୟାଣ୍ଡଉଇଚ୍ ଚୋରି କରିବା ମହଙ୍ଗା ପଡ଼ିଛି। ଯେଉଁଥିପାଇଁ ତାଙ୍କୁ ଚାକିରି ବି ହରାଇବାକୁ ପଡ଼ିଛି।

ଟ୍ରେଡର ପାରସ୍‌ ଶାହ ସିଟି ଗ୍ରୁପରେ କାମ କରନ୍ତି। ଏହି କମ୍ପାନି ମିଡିଲ ଇଷ୍ଟ ଆଫ୍ରିକା ଓ ୟୁରୋପରେ ଟ୍ରେଡର କାମ କରିଥାଏ। ଏହି କମ୍ପାନିରେ ଯୋଗ ଦେବା ପୂର୍ବରୁ ପାରସ୍‌ ଛଅବର୍ଷ ପର୍ଯ୍ୟନ୍ତ ଏଚଏସବିସିରେ କାମ କରୁଥିଲେ ଓ ୨୦୧୭ରେ ସେ ସିଟି ଗ୍ରୁପ ଜଏନ୍‌ କରିଥିଲେ। ତେବେ ଅଭିଯୋଗ ହୋଇଛି କି ପାରସ୍‌ ଅଫିସ୍‌ର ଷ୍ଟାଫ୍‌ କ୍ୟାଣ୍ଟିନ୍‌ରୁ ସ୍ୟାଣ୍ଡଉଇଚ୍ ଚୋରି କରି ଖାଇଥିଲେ। ଏହି ଅଭିଯୋଗ କ୍ରମେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ସିଟି ଗ୍ରୁପ ଓ ପାରସ୍‌ ଏହି ଘଟଣା ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Image result for trader-stole-canteen-food Navbharat Times

ତେବେ ଏହି କଥା ଜଣାପଡିନାହିଁ ଯେ, ସେ କେତେଥର କ୍ୟାଣ୍ଟିନରୁ ଖାଦ୍ୟ ଚୋରି କରିଥିଲେ।  ପାରସଙ୍କ ଦୁଇ ପୂର୍ବତନ ସହକର୍ମୀ କହିଛନ୍ତି, ଜଣେ ସଫଳ ଟ୍ରେଡର ଭାବରେ ପାରସଙ୍କୁ ସମସ୍ତେ ଜାଣନ୍ତି ଓ ତାଙ୍କୁ ଏଥିପାଇଁ ଅନେକ ପ୍ରଶଂସା ମଧ୍ୟ କରନ୍ତି। ପାରସଙ୍କ ବାର୍ଷିକ ଦରମା ପାଖାପାଖି ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe