ଭୁବନେଶ୍ୱର : ରେଳବାଇ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତାଠାରୁ ୪ହଜାର ୨ଶହ ଟଙ୍କା, ମୋବାଇଲ୍ ଫୋନ୍ ଓ ବହୁ କାଗଜପତ୍ର ଜବତ କରିଛି। ସେ ହେଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧୀନ ଭୀମପୁର ଅଞ୍ଚଳର ଭାଗୀରଥି ପାଟ୍ଟସାଣୀ (୩୯)। ଶୁକ୍ରବାର ସକାଳ ପ୍ରାୟ ୫ଟା ସମୟରେ ଡି ଶ୍ରୀରାମୁଳୁ ନାମକ ଜଣେ ଯାତ୍ରୀ ଖୋର୍ଧା ଯିବା ପାଇଁ ପ୍ଲାଟ୍ଫର୍ମ ନଂ-୪ରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଭାଗୀରଥି ଚତୁରତାର ସହ ଶ୍ରୀରାମୁଳୁଙ୍କ ବ୍ୟାଗ, ଟଙ୍କା, ମୋବାଇଲ୍ ଫୋନ୍ ଓ ବହୁ ଡକ୍ୟୁମେଣ୍ଟ ନେଇ ପଳାଇଥିଲା। ଏନେଇ ଶ୍ରୀରାମୁଳୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍ରୁ ଶ୍ରୀରାମୁଳୁକୁ ଚିହ୍ନଟ କରି ସେଠାରୁ ଗିରଫ କରିଥିଲା। ତାଠାରୁ ସମସ୍ତ ଲୁଟ୍ ଜିନିଷ ଜବତ କରିବା ସହ କୋର୍ଟଚାଲାଣ କରାଯାଇଛି।
ରେଳଯାତ୍ରୀ ଲୁଟେରା ଗିରଫ
Advertisment
Follow Us