ଟ୍ରେନି ଆର୍ମି ଅଫିସରଙ୍କୁ ପିଟିବା ସହ ମହିଳା ବନ୍ଧୁଙ୍କୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ

Advertisment

ମଧ୍ୟପ୍ରଦେଶରେ ଜଣେ ମହିଳା ହେଲେ ଦୁଷ୍କର୍ମର ଶିକାର। ସାଙ୍ଗ ଟ୍ରେନି ଆର୍ମି ଅଫିସରମାନଙ୍କ ସହ ବୁଲିବାକୁ ବାହାରିଥିବା ବେଳେ ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ ।

ମଧ୍ୟପ୍ରଦେଶରେ ଜଣେ ମହିଳା ହେଲେ ଦୁଷ୍କର୍ମର ଶିକାର। ସାଙ୍ଗ ଟ୍ରେନି ଆର୍ମି ଅଫିସରମାନଙ୍କ ସହ ବୁଲିବାକୁ ବାହାରିଥିବା ବେଳେ ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ ।

rape case

ଇନ୍ଦୋର: ମଧ୍ୟପ୍ରଦେଶରେ ଜଣେ ଯୁବତୀ ହେଲେ ଦୁଷ୍କର୍ମର ଶିକାର । ସାଙ୍ଗମାନଙ୍କ ସହ ବୁଲିବାକୁ ବାହାରିଥିବା ବେଳେ ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଏହି ଘଟଣା‌ରେ ୮ଜଣ ସାମିଲ ଥିବା ବେଳେ ଏବେ ୨ଜଣକୁ ଗିରଫ କରିଛି ପୁଲିସ ।  

ପୁଲିସର କହିବା ମୁତାବକ, ୨ଜଣ ଟ୍ରେନି ଆର୍ମି ଅଫିସର ନିଜର ୨ମହିଳା ବନ୍ଧୁଙ୍କୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ବୁଲିବାକୁ ବାହାରିଥିଲେ। ଏହି ସମୟରେ ୮ଜଣ ଯୁବକ ବନ୍ଧୁକ, ଛୁରୀ ଓ ବାଡ଼ି ଧରି ସେମାନଙ୍କୁ ଘେରି ଯାଇଥିଲେ । ୧୦ଲକ୍ଷ ଟଙ୍କା ଦାବି କରି ଜଣେ ଟ୍ରେନି ଆର୍ମି ଅଫିସର ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅଟକ ରଖିବା ସହ ଅନ୍ୟ ଟ୍ରେନି ଆର୍ମି ଅଫିସର ଓ ତାଙ୍କ ମହିଳା ବନ୍ଧୁଙ୍କୁ ୧୦ଲକ୍ଷ ଆଣିବାକୁ ପଠାଇଥିଲେ। ଦୁର୍ବୁତ୍ତଙ୍କ କବଳରୁ ବାହାରିବା ପରେ ଟ୍ରେନି ଆର୍ମି ଅଫିସରଜଣକ ଆସି ନିଜ କମାଣ୍ଡିଂ ଅଫିସରଙ୍କୁ ସବୁ ଜଣାଇଥିଲେ । ପୁଲିସକୁ ଖବର ଦିଆଯିବା ପରେ ଉଭୟ ପୁଲିସ ଓ ଆର୍ମି ଅଫିସର ଘଟଣାସ୍ଥଳକୁ ଯାଇଥିଲେ । ପୁଲିସ ଗାଡ଼ି ଦେଖି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ପୀଡ଼ିତ ଆର୍ମି ଅଫିସର ଓ ତାଙ୍କ ମହିଳାବନ୍ଧୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା, ପରୀକ୍ଷା ପରେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲ‌ା ।

ଏନେଇ ପୁଲିସ ତଦନ୍ତ କରି ୨ଜଣକୁ ଗିରଫ କରିିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe