ପୁଲିସ୍‌ ସହ ୨ ଘଣ୍ଟା କଥା ହେଲେ ଟ୍ରେନି ଆଇଏଏସ୍‌ ପୂଜା, ରାତି ୧ଟାରେ ସରିଲା ବୈଠକ

ପୁଲିସ୍‌ ସହ ୨ ଘଣ୍ଟା କଥା ହେଲେ ଟ୍ରେନି ଆଇଏଏସ୍‌ ପୂଜା, ରାତି ୧ଟାରେ ସରିଲା ବୈଠକ

ପୁଣେ: ସିଭିଲ ସର୍ଭିସେସ୍ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ମାନସିକ ଏବଂ ଦୃଷ୍ଟିଶକ୍ତି ଅକ୍ଷମତା ବିଷୟରେ ମିଛ କହି ବିବାଦରେ ଫସିଥିବା ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକର୍‌ ସୋମବାର ମହାରାଷ୍ଟ୍ରର ୱାସିମ୍ ପୁଲିସ୍ ସହ ସାକ୍ଷାତ୍‌ କରିଥିବା ସୂଚନା ରହିଛି। ସୂତ୍ରରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଏକ ଟିମ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ।
ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପରେ ଖେଡକରଙ୍କୁ ପୁଣେରୁ (ଯେଉଁଠାରେ ସେ ସହକାରୀ କଲେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ) ୱାସିମକୁ ସ୍ଥାନାନ୍ତର କରାଯାଇଥିଲା।  ସେ ଏକ ନକଲି ଓବିସି ସାର୍ଟିଫିକେଟ୍ ପ୍ରଦାନ କରିଥ‌ିଲେ ବୋଲି ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି।

ତିନିଜଣ ମହିଳା ପୁଲିସ୍‌ ଅଧିକାରୀ ରାତି ୧୧ଟାରେ ଶ୍ରୀମତୀ ଖେଡକରଙ୍କ ଘରେ ପହଞ୍ଚିଥିଲେ। ସେମାନେ ରାତି ‌୧ଟାରେ ପୂଜାଙ୍କ ଘର ଛାଡ଼ିଥିଲେ। ଦୀର୍ଘ ୨ ଘଣ୍ଟା ଧରି ପୂଜା ଓ ପୁଲିସ୍‌ ଅଧିକାରୀମାନଙ୍କ ମଧ୍ୟରେ ବାର୍ତ୍ତାଳାପ ‌ହୋଇଥିଲା।

ତେବେ ସେହି ସାକ୍ଷାତ୍‌ ସମୟରେ କ’ଣ ଘଟିଲା ତାହା ଏବେ ଅସ୍ପଷ୍ଟ ରହିଛି। ସୂତ୍ରରୁ ପ୍ରକାଶ ଯେ ପୂର୍ବରୁ ପୂଜା କିଛି ତଥ୍ୟ ପ୍ରଦାନ କରିବେ ବୋଲି କହି ପୁଲିସ୍‌ ସହ ଏକ ବୈଠକ ପାଇଁ ନିବେଦନ କରିଥିଲେ।

ନକଲି ଅକ୍ଷମତା ଅଭିଯୋଗରେ ୨୩ ବର୍ଷୀୟା ଆଇଏଏସ୍ ଅଧିକାରୀ ଏପର୍ଯ୍ୟନ୍ତ ପୁଲିସ ମାମଲାର ସମ୍ମୁଖୀନ ହୋଇନାହାଁନ୍ତି, କିନ୍ତୁ ବିଚାରାଧୀନ ଟ୍ରାଫିକ୍ ଜରିମାନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଣେ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe