ବିମାନରେ ଟ୍ରେନି ପାଇଲଟଙ୍କୁ କୁରାଢ଼ିରେ ହତ୍ୟା ଧମକ ଦେଇଥିଲେ ଏୟାର ଇଣ୍ଡିଆ ନିରୀକ୍ଷକ

Advertisment
ବିମାନରେ  ଟ୍ରେନି ପାଇଲଟଙ୍କୁ କୁରାଢ଼ିରେ ହତ୍ୟା ଧମକ ଦେଇଥିଲେ ଏୟାର ଇଣ୍ଡିଆ ନିରୀକ୍ଷକ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଜଣେ ବରିଷ୍ଠ ନିରୀକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ନିରୀକ୍ଷକ ବିମାନ ଭିତରେ କୁରାଢ଼ିରେ ହତ୍ୟା ଧମକ ଦେଇଥିବା ନେଇ ଦୁଇଜଣ ଟ୍ରେନି ପାଇଲଟ ଅଭିଯୋଗ କରିଥିଲେ। ତେବେ ନୋଟିସ୍‌ ଆସିବା ପର୍ଯ୍ୟନ୍ତ ତାଙ୍କୁ ୨୦୧୮ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଚାକିରିରୁ ନିଲମ୍ବିତ କରି ଦିଆଯାଇଥିଲା। ୨୦୧୮ ଜାନୁଆରି ୨୬ ତାରିଖରେ ଏୟାର ଇଣ୍ଡିଆକୁ ଏହି ନିରୀକ୍ଷକ ହତ୍ୟା ଧମକ ଦେଉଥିବା ଅଭିଯୋଗ ଟ୍ରେନି ପାଇଲଟଙ୍କଠାରୁ ମିଳିଥିଲା।

publive-image

ଟ୍ରେନି ପାଇଲଟଙ୍କ କହିବାନୁସାରେ, ଏୟାରବସ୍‌ ଏ-୩୨୦ ବିମାନ ମୁମ୍ବାଇରୁ କଲିକତା ଯିବା ସମୟରେ ଏହି ଘଟଣା ଘଟିଛି। ବିମାନଟି ୫,୦୦୦ଫୁଟ ଉଚ୍ଚରେ ଉଡୁଥିବା ସମୟରେ ନିରୀକ୍ଷକ ସେଣ୍ଟ୍ରାଲ ପ୍ୟାନେଲରେ ରଖିଥିବା କୁରାଖି ସାହାଯ୍ୟରେ ହତ୍ୟା କରିବା ପାଇଁ ଧମକ ଦେଇଥିଲେ।

ଅନ୍ୟଜଣେ ଟ୍ରେନି ପାଇଲଟ ନିରୀକ୍ଷକଙ୍କ ସମ୍ପର୍କରେ ଅଭିଯୋଗ କରି କହିଥିଲେ, ସେ ସେଣ୍ଟ୍ରାଲ ପ୍ୟାନଲରେ କୁରାଢ଼ି ରଖି ଡରାଉ ଥିଲେ। ତାଙ୍କର ଟ୍ରେନିମାନଙ୍କୁ ଏଭଳି ଗାଳିଗୁଲଜ ଦେବା ସ୍ୱଭାବ ୨୦୧୭ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା।

ଜଣେ ଅଧିକାରୀଙ୍କ  କହିବାନୁସାରେ, ଦୁଇ ଟ୍ରେନି ପାଇଲଟ ଜଣେ ନିରୀକ୍ଷକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି। କାରଣ ନିରୀକ୍ଷକଙ୍କ ଏଭଳି ସ୍ୱଭାବ ବିମାନ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe