ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ କିନ୍ନରମାନେ ବିଡ଼ାବିଡ଼ା ନୋଟ ଉଡ଼ାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମ‌ରେ ସାଲୁଚ୍ଛାବ୍ରା୬୫ ନାମକ ଆକଉଣ୍ଟରୁ ସେୟାର କରାଯାଇଛି। 

Advertisment

ଅଧିକପଢ଼ନ୍ତୁ:ଗର୍ଭନଷ୍ଟ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି ସମ୍ଭାବନା

ଭାଇରାଲ ହୋଇଥିବା ଭିଡିଓରେ, ଏକ ଘର ଭିତରେ କିନ୍ନର ଗୋଷ୍ଠୀ ଭରି ରହିଛନ୍ତି। ଏମାନଙ୍କ ମଧ୍ୟରୁ କିଛି କିନ୍ନର ବସି ବିପୁଳମାତ୍ରାରେ ଟଙ୍କା ଗଣୁଥିବା ବେଳେ ଅନ୍ୟମାନେ ବୁଲାବୁଲି କରୁଛନ୍ତି। ଆଉ କିଛି କିନ୍ନର ବିଡ଼ାବଡ଼ା ଟଙ୍କା ଧରି ଉଡ଼ାଉଛନ୍ତି। କିନ୍ନର ଟଙ୍କା ଉଡ଼ାଉଥିବାର ଫଟୋ ଓ ଭିଡିଓ କରିବା ପାଇଁ କ୍ୟାମେରାମ୍ୟାନ ବି ଘଟଣାସ୍ଥଳରେ ଉପସ୍ଥିତ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।


ଭାଇରାଲ ଭିଡିଓରୁ ଅନୁମାନ କରାଯାଉଛି ଏହି କିନ୍ନର ଗୋଷ୍ଠୀ କୌଣସି ଏକ ଖୁସିର ଘଟଣାକୁ ନେଇ ଉତ୍ସବ ପାଳନ କରୁଛନ୍ତି। ସମସ୍ତେ ବହୁତ ଖୁସିରେ ଅଛନ୍ତି। ସେଥିପାଇଁ ବଜା ସହିତ ଗୀତ ବି ବଜାଯାଉଛି। ଏହାର ତାଳେତାଳେ କିନ୍ନରମାନେ ନାଚିବ ସହିତ ଖୁସିରେ ବିଡ଼ାବିଡ଼ା ଟଙ୍କା ଉଡ଼ାଉଛନ୍ତି। 

ଅଧିକପଢ଼ନ୍ତୁ:୨୦୨୭ ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ଖେଳିବେ ଭାରତ-ପାକ୍

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ‌ଦେଇଛନ୍ତି। କେହିକେହି ସୋସିଆଲ ମିଡିଆ ବ୍ୟବହାରକାରୀ କିନ୍ନରମାନଙ୍କ ଏଭଳି ଟଙ୍କା ଉଡ଼ାଇବା ଶୈଳୀକୁ ଆଦୌ ପସନ୍ଦ କରି ନାହାନ୍ତି। ଟଙ୍କା ଉଡ଼ାଉଥିବା କିନ୍ନରଙ୍କୁ  ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।