ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ତଥା ଲୋକପ୍ରିୟ ୟୁଟ୍ୟୁବର ସମ୍ଭାବନା  ସେଠଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି। ଅଭିନେତ୍ରୀ ତିନିମାସର ଅନ୍ତସତ୍ତ୍ବା ଥିବା ବେଳେ ନିକଟରେ ତାଙ୍କର ଗର୍ଭନଷ୍ଟ ହୋଇଯାଇଛି।  

Advertisment

ସମ୍ୱାବନା ଏହି ଦୁଃଖଦ ଖବରକୁ ତାଙ୍କ ସମସ୍ତ ପ୍ରଶଂସକଙ୍କ ସହ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ସେୟାର କରିଛନ୍ତି। ଏହି ସମୟରେ ସମ୍ଭାବନାଙ୍କ ସହିତ ତାଙ୍କ ସ୍ବାମୀ ଅବିନାଶ ବି ଅଛନ୍ତି।

ଅଧିକପଢ଼ନ୍ତୁ:ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବିରୋଧ

ଗୁରୁବାର ସମ୍ଭାବନାଙ୍କ ସ୍ବାମୀ ଅବିନାଶ ୟୁଟ୍ୟୁବ୍ ବ୍ଲଗ ମାଧ୍ୟମରେ ସମସ୍ତଙ୍କୁ ସୂଚନା ଦେଇ କହିଛନ୍ତି,‘ ମୋ ସ୍ତ୍ରୀ ସମ୍ଭାବନା ଗତ ୩ ମାସ ଧରି ଅନ୍ତସତ୍ତ୍ବା ଥିଲେ ଏବଂ ସବୁକିଛି ଠିକ୍ ଚାଲିଥିଲା। ଖୁବଶୀଘ୍ର ଆମେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେବାକୁ ଯାଉଥିଲୁ କିନ୍ତୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

ସମ୍ଭାବନାଙ୍କ ନିୟମିତ ଭାବେ ଡାକ୍ତରି ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ ସମ୍ଭାବନାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲ ଯିବାରୁ ଡାକ୍ତର ସମ୍ଭାବନାଙ୍କ ପରୀକ୍ଷା କରିଥିଲେ। ଏହି ସମୟରେ ଗର୍ଭସ୍ଥ ଶିଶୁର ହୃଦସ୍ପନ୍ଦନ ଡାକ୍ତର ଆଉ ଶୁଣିବାକୁ ପାଇ ନଥିଲେ। ଏହାପରେ ଡାକ୍ତର ଆମକୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଥିଲେ।

ଘରେ କୁନି ଅତିଥିର ଆଗମନ ପାଇଁ ସମସ୍ତେ ଖୁସି ଥିବା ବେଳେ ଡାକ୍ତରଙ୍କ ଏଭଳି ରିପୋର୍ଟ ଆମ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଡାକ୍ତର ବି ସମ୍ଭାବନାଙ୍କ ମିସକ୍ୟାରେଜର ଠିକ କାରଣ କହି ପାରୁ ନାହାନ୍ତି। ମୁଁ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି। କେଉଁ କାରଣ ପାଇଁ ମିସକ୍ୟାରେଜର ହେଲା ତାହା ଜାଣିବା ପରେ ଆଗକୁ ଆମେ ଦୁହିଁଙ୍କୁ ଏଥିପାଇଁ ଧ୍ୟାନ ଦେବୁ। ବହୁତ କଷ୍ଟରେ ସମ୍ଭାବନା ଗର୍ଭଧାରଣ କରିଥିଲେ। ମିସକ୍ୟାରେଜ ପରେ ସମ୍ଭାବନା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ମୁଁ ତାଙ୍କ ସହିତ ପ୍ରତି ମୁହୂର୍ତ୍ତ ଅଛି। ଭଗବାନଙ୍କ ଉପରେ  ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି। ଦିନେ ନା ଦିନେ ସେ ଆମ କୋଳକୁ ଖୁସି ଫେରାଇ ଦେବେ। ’

ଅଧିକପଢ଼ନ୍ତୁ:ରାହୁଲ ଅସଦାଚରଣ କରିଥିଲେ ! ବିଜେପି ମହିଳା ସାଂସଦଙ୍କ ଅଭିଯୋଗ