ଭୁବନେଶ୍ବର: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧକ୍କା ମାରିବା ଅଭିଯୋଗ ଘଟଣା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଯୁବ ମୋର୍ଚ୍ଚା ଆଜି ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଜୋରଦାର ପ୍ରତିବାଦ କରିଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଉଭୟ ରାହୁଲ ଗାନ୍ଧି ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏଥି ସହିତ କର୍ମୀମାନେ ରାହୁଲ ଗାନ୍ଧିଙ୍କ କୁଶପୁ୍ତ୍ତଳିକା ଦାହ କରିଛନ୍ତି। ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାହୁଲ ଗାନ୍ଧି କ୍ଷମା ମାଗିବାକୁ ଦାବି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ରାହୁଲଙ୍କ ଦାୟିତ୍ବହୀନ ଆଚରଣ ନିନ୍ଦନୀୟ: ମୁଖ୍ୟମନ୍ତ୍ରୀ
ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ଓଡ଼ିଶା କଂଗ୍ରେସର ମୁଣ୍ଡ ନାହିଁ। ଓଡ଼ିଶା କଂଗ୍ରେସ ମୁଣ୍ଡ ନିର୍ଦ୍ଧାରଣ କରନ୍ତୁ। କଂଗ୍ରେସ ଆଜି ଯେଉଁଭଳି ଭାବେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭାଙ୍ଗୁଛି, ବିଜେପି ଏହାକୁ ତୀବ୍ର ନିନ୍ଦା କରୁଛି। ଅନ୍ୟ କର୍ମୀମାନେ କହିଛନ୍ତି, ନିଜ ଚୌକିରେ ବସିବା ପାଇଁ ରାସ୍ତା ଥିଲା। ରାହୁଲ ଚାହିଁଥିଲେ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା ନମାରି ମଧ୍ୟ ନିଜ ସ୍ଥାନକୁ ଯାଇପାରିଥାନ୍ତେ। ଜଣେ ବୟସ୍କ ସାଂସଦଙ୍କୁ ଧକ୍କାମାରିବା ହୀନ ମାନସିକତାକୁ ଦର୍ଶାଉଛି।
ଏହି ଖବର ପଢ଼ନ୍ତୁ: ରାହୁଲଙ୍କ ଠେଲାରେ ସଂସଦରେ ଆହତ ହେଲେ ପ୍ରତାପ ଷଡ଼ଙ୍ଗୀ
ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦାୟିତ୍ବହୀନ ତଥା ଆପତ୍ତିଜନକ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ରାହୁଲଙ୍କର ଏଭଳି ଆଚରଣ ଯୋଗୁ ଆମ ଦଳର ବରିଷ୍ଠ ଦଳର ନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ଏଭଳି କାର୍ଯ୍ୟ କେବେ ଗ୍ରହଣୀୟ ନୁହେଁ। ଏହା ଗଣତନ୍ତ୍ରର ପବିତ୍ର ଗୃହ ପ୍ରତି ଅପମାନ। ମୁଁ ପ୍ରତାପ ଷଡ଼ଙ୍ଗୀଙ୍କର ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରୁଛି।
କଂଗ୍ରେସର ଏଭଳି କାର୍ଯ୍ୟ ଅଣସାମ୍ବିଧାନିକ। ରାହୁଲ ଏଭଳି କରିବା ଅତ୍ୟନ୍ତ ନିନ୍ଦନୀୟ। ଗଣତନ୍ତ୍ରରେ କଂଗ୍ରେସର ଏଭଳି ଗୁଣ୍ଡାଗର୍ଦ୍ଦିକୁ ସହ୍ୟ କରାଯିବ ନାହିଁ। ଜଣେ ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ ହୋଇ ପଡ଼ିଥାଏ।
-ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି
ଏହି ଖବର ପଢ଼ନ୍ତୁ: ୪ ହଜାର ଜିବି ଡାଟା ସହ ଏକାଧିକ ଓଟିଟି
ସୂଚନାଯୋଗ୍ୟ, ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।
ଏହି ଖବର ପଢ଼ନ୍ତୁ: ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ