ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ମେଲିଆପୁଟି ମଣ୍ଡଳର ବନ୍ଦାପାଲି ଆଦିବାସୀ ବାଳିକା ଆଶ୍ରମ ସ୍କୁଲରୁ ଏକ ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିରେ ଛାତ୍ରୀମାନେ ଶ୍ରେଣୀଗୃହରେ ପାଠପଢ଼ିବା ଛାଡ଼ି ଶିକ୍ଷୟିତ୍ରୀଙ୍କ ପାଦ ମାଲିସ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଶିକ୍ଷୟିତ୍ରୀ ଜଣକ ବଡ଼ ଆରମରେ ଫୋନରେ କାହା ସହିତ ଖୁବ ମଜାରେ ଗପ କରୁଥିବା ନଜରକୁ ଆସୁଛି।
ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
ଅଧିକପଢ଼ନ୍ତୁ:ଛତିଶଗଡ଼ରେ ଛାତିଥରା ଟ୍ରେନ୍ ଦୁର୍ଘଟଣା: ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୬ ମୃତ
ଶ୍ରେଣୀଗୃହରେ ପାଠପଢ଼ା ଗଲା ଚୁଲିକୁ
ଶିକ୍ଷୟିତ୍ରୀ ଜଣକ ତାଙ୍କ କ୍ଷମତାର ଅପବ୍ୟବହାର କରିବା ସହିତ ଶ୍ରେଣୀଗୃହରେ ଆଦିବାସୀ ଛାତ୍ରୀଙ୍କ ପ୍ରତି ଏଭଳି ବ୍ୟବହାର ଚିନ୍ତାର କାରଣ ପାଲଟିଛି। ଅବିଭାୟବକମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।କାରଣ ଏହି ଭିଡିଓ କେବଳ ଶିକ୍ଷକଙ୍କ ଦାୟିତ୍ୱହୀନତାକୁ ପ୍ରକାଶ କରେ ନାହିଁ ବରଂ ଏହା ମଧ୍ୟ ଦର୍ଶାଏ ଯେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଅପେକ୍ଷା ତାଙ୍କ ପାଇଁ ନିଜ ପାଦ ମାଲିସ୍ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ଆଇଟିଡିଏ ସୀତାମପେଟା ପ୍ରକଳ୍ପ ଅଧିକାରୀ ପାୱାର ସ୍ୱପ୍ନିଲ ଜଗନ୍ନାଥଙ୍କ ନିଶ୍ଚିତ କରିଛନ୍ତି ଯେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସମଗ୍ର ଘଟଣାର ସରକାରୀ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।"
ତେବେ ଏ ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ବି ସ୍କୁଲରେ ପାଠପଢ଼ା ସମୟରେ ଶ୍ରେଣୀଗୃହରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଶୋଇପଡ଼ିବା, ଫୋନରେ ଅନେକ ସମୟ ପର୍ଯ୍ୟନ୍ତ କଥା ହେବା, ପିଲାଙ୍କ ଦ୍ବାରା ଗୋଡ଼ ମାଲିସ କରାଇବା ଇତ୍ୟାଦି ଅଭିଯୋଗ ଆସିଛି। ଶିକ୍ଷା ବିଭାଗ ଘଟଣାକୁ ଗମ୍ଭୀର ଭାବେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଥାପି ଏମିତି ଘଟଣା ସାମ୍ନାକୁ ଆସିବା ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି।
ଅଧିକପଢ଼ନ୍ତୁ:ଗଙ୍ଗା ସ୍ନାନ ସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଶେଷ ହୋଇଗଲା ପୂରା ପରିବାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/untitled-22-2025-11-04-17-48-44.jpg)